ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପାରଳାଖେମୁଣ୍ଡି ଆଇନଜୀବୀ ପି,ରାମାରାଓ ଙ୍କୁ ଏସିଡ ମାଡ଼ ଘଟଣାକୁ ମାସେ ପୁରିବାକୁ ଗଲାଣି। ତଥାପି ପୋଲିସ ହାତ ଖାଲି । ପୋଲିସର ଅପାରଗ ପଣିଆ ବିରୁଦ୍ଧରେ ପାରଳାଖେମୁଣ୍ଡି ଓକିଲ ସଂଘ ଆଜି ଏକ ଶୋଭଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଏହାସହିତ ରାଷ୍ଟ୍ରପତି,ପୋଲିସ ମହନିର୍ଦ୍ଦେଶକ,ଆଇନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପାରଳାଖେମୁଣ୍ଡି ଏସପି, ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛି ସଂଘ । ପୋଲିସ ଅପରାଧୀ ଙ୍କୁ ତୁରନ୍ତ ଗିରଫ ନ କଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ସଂଘ ଚରମ ନିଷ୍ପତି ନେବ ବୋଲି ଚେତାବନୀ ଦେଇଛି ।