(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଗିରଫ ହେଲେ ଅଭିନେତ୍ରୀ ଉର୍ଫି ଜାଭେଦ।ଉର୍ଫି ଜାଭେଦ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ବିଶେଷକରି ସେ ତାଙ୍କର ପୋଷାକ ପରିଚ୍ଛଦକୁ ନେଇ ଅଧିକ ଚର୍ଚ୍ଚାରେ ଥାନ୍ତି। ନିଜର ଅସାଧାରଣ ଫ୍ୟାଶନ ସେନ୍ସ ପାଇଁ ହେଡଲାଇନରେ ରହୁଥିବା ଉର୍ଫି ଜାଭେଦ କ୍ରମାଗତ ଭାବରେ ବିବାଦରେ ରୁହନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ତାଙ୍କ ବୋଲ୍ଡ ଫ୍ୟାଶନ ସେନ୍ସ। ବର୍ତ୍ତମାନ ଉର୍ଫିର ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି। ଯେଉଁଥିରେ ଉର୍ଫିଙ୍କୁ ମୁମ୍ବାଇ ପୋଲିସ ଗିରଫ କରୁଥିବା ଦେଖିବାକୁ ମିଳୁଛି। ତେବେ କେଉଁ ଦୋଷ ପାଇଁ ତାଙ୍କୁ ଗିରଫ କରାଯାଇଛି ସେନେଇ ସୋସିଆଲ ମଡ଼ିଆରେ ପ୍ରଶ୍ନ ଉଠୁଛି।ଭିଡିଓରେ ଉର୍ଫି ଏକ ରେଷ୍ଟୁରାଣ୍ଟରୁ ବାହାରକୁ ଆସୁଥିବାର ନଜର ଆସୁଛନ୍ତି। ଏହି ସମୟରେ ମୁମ୍ବାଇ ପୋଲିସର ଦୁଇଜଣ ମହିଳା ପୋଲିସ ଆସି ଉର୍ଫିଙ୍କୁ ସେମାନଙ୍କ ସହ ଆସିବାକୁ କହିଥିଲେ। ଏହାର କାରଣ ପଚାରି ଉର୍ଫି ମହିଳା ପୋଲିସ ସହିତ ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ। ଭିଡିଓରେ ଜଣେ ମହିଳା ପୋଲିସ ଅଧିକାରୀ ଉର୍ଫିଙ୍କୁ ତାଙ୍କୁ ପୋଲିସ ଷ୍ଟେସନକୁ ଯିବାକୁ କହୁଥିବା ଦେଖିବାକୁ ମିଳିଛି।ସେହିପରି ଭିଡିଓରେ ଉର୍ଫି ଜାଭେଦ୍ ଏକ ଲାଲ୍ ବ୍ୟାକଲେସ୍ ଟପ୍ ଏବଂ ଜିନ୍ସ ପିନ୍ଧିଥିବାର ନଜର ଆସୁଛନ୍ତି। ତେବେ ଅଭିନେତ୍ରୀଙ୍କ ଗିରଫ ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଏହା ସତ କି ଏକ ପବ୍ଲିସିଟି ଷ୍ଟଣ୍ଟ ତାହା ଜଣାପଡି ନାହିଁ। କିନ୍ତୁ ଏହାକୁ ସୋସିଆଲ ମିଡିଆରେ ବହୁତ ଆଲୋଚନା କରାଯାଉଛି। ଲୋକମାନେ ତୀବ୍ର ପ୍ରତିକ୍ରିୟା ଦେଖାଉଛନ୍ତି। କିଛି ଲୋକ ତାଙ୍କୁ ଟ୍ରୋଲ୍ କରୁଥିବା ବେଳେ ଅନେକ ଲୋକ ତାଙ୍କ ସମର୍ଥନରେ ବାହାରି ଆସିଛନ୍ତି।