ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ସରକାର ଗଠନ ହୋଇଛି । ମନ୍ତ୍ରୀମଣ୍ଡଳ ଶପଥ ନେବାର ଗୋଟିଏ ଘଣ୍ଟା ମଧ୍ୟରେ ଆକ୍ସନମୋଡକୁ ଆସିଛନ୍ତି ସରକାର । ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନକୁ ଗଲେ ଗଣମାଧ୍ୟମ ପ୍ରତିନିଧି । ୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିଲା । ୨୦୨୦ ମାର୍ଚ୍ଚ ମାସଠାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ମନା ଥିଲା । କୋଭିଡ୍-୧୯ ଆଳରେ ପୂର୍ବ ସରକାର ଏହି କଟକଣା ଲଗାଇଥିଲେ ।
କିନ୍ତୁ ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ହିଁ ସାମ୍ବାଦିକଙ୍କୁ ମିଳିଛି ଲୋକସେବା ଭବନ ପାଇଁ ପ୍ରବେଶ ଅନୁମତି ।ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବା ପରେ ଶହ ଶହ ସାମ୍ବାଦିକ ଖୁସିମନରେ ଲୋକସେବା ଭବନ ଅଭିମୁଖେ ବାହାରିପଡିଛନ୍ତି । ବିଜେଡି ସରକାରରେ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ବନ୍ଦ କରାଯାଇଥିବାବେଳେ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ସରକାରକୁ ଆସିଲେ ତୁରନ୍ତ ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ଖୋଲା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଯାହାକି ସରକାର ଗଠନ ହେବାର ଗୋଟିଏ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ କରାଯାଇଛି ।