ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିହାର, ଓଡ଼ିଶା ପରେ ଏବେ ଆନ୍ଧ୍ରପ୍ରଦେଶ। ଗୋଟେ ପରେ ଗୋଟେ ରାଜ୍ୟରେ ମେଣ୍ଟ ଗଠନ କରି ଚାଲିଛି ବିଜେପି। ପ୍ରଥମେ ବିହାରରେ ଜେଡିୟୁ ଏନଡିଏରେ ସାମିଲ ହେଲା ପରେ ବିଜେଡିକୁ ନେଇ ମେଣ୍ଟ ଚର୍ଚ୍ଚା ହେଉଛି। ଆଉ ଏହାପରେ ଆନ୍ଧ୍ରରେ ଏକ ବଡ଼ ମେଣ୍ଟ ଦିଗକୁ ବଢ଼ୁଛି ଦଳ। 2018ରେ ବିଜେପିର ହାତ ଛାଡ଼ିଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପୁଣି ଥରେ ଏନଡିଏ ସହ ସାମିଲ ହୋଇପାରେ। ସେହିପରି ଫିଲ୍ମ ଷ୍ଟାରରୁ ରାଜନେତା ପାଲଟିଥିବା ପୱନ୍ କଲ୍ୟାଣଙ୍କ ଜନସେନା ଟିଡିପି ସହ ମିଶି ଆନ୍ଧ୍ର ନିର୍ବାଚନ ଲଢ଼ିପାରେ।
ପୂର୍ବରୁ ଏନଡିଏକୁ ସମର୍ଥନ ଦେଇଥିବା ଜନସେନା ଆନ୍ଧ୍ରରେ ବିଜେପି, ଟିଡିପି ସହ ଏକାଠି ମେଣ୍ଟରେ ନିର୍ବାଚନ ଲଢ଼ିବ। ଏନେଇ ଆଜି ସଂଧ୍ୟାରେ ଉଭୟ ନେତା ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କ ସହ ଆଲୋଚନା କରିପାରନ୍ତି।ଯଦି ଏଭଳି ହୁଏ ତାହେଲେ ଆନ୍ଧ୍ରରେ ଶାସନାଧିନ YSR କଂଗ୍ରେସ, ଏନଡିଏ ମେଣ୍ଟ ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଇପାରେ। ମୋଦିଙ୍କ ମିଶନ ଅବ୍ କି ବାର୍ ଚାର୍ ସୋ ପାର୍କୁ ପୂରଣ କରିବା ପାଇଁ ବିଜେପିର ଏହା ବଡ଼ ଷ୍ଟ୍ରାଟେଜି ବୋଲି କୁହାଯାଉଛି। ଜାତୀୟ ସ୍ତରରେ ନୂଆ ପାର୍ଟନର ଖୋଜିବା ସହିତ ପୁରୁଣା ସହଯୋଗୀଙ୍କୁ ମଧ୍ୟ ନିଜ କ୍ୟାଂପକୁ ଟାଣୁଛି ବିଜେପି।