After Jio, now Airtel has increased the recharge plan, which will be effective from 3rd July

0

ଜିଓ ପରେ ଏବେ ଏୟାରଟେଲ ବୃଦ୍ଧି କଲା ରିଚାର୍ଜ ପ୍ଲାନ, ୩ ଜୁଲାଇରୁ ହେବ ଲାଗୁ

 

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଜିଓ ନିଜର ରିଚାର୍ଜ ପ୍ଲାନକୁ ବଢାଇବା ପରେ ଏବେ ଏୟାରଟେଲ ନିଜର ରିଚାର୍ଜ ଚାର୍ଜକୁ ବୃଦ୍ଧି କରିଛି । ଜୁନ ୨୮ ଅର୍ଥାତ ଆଜି ଭାରତୀ ଏୟାରଟେଲ ଘୋଷଣା କରିଛି ଯେ, ୧୦ ରୁ ୨୧ ପ୍ରତିଶତ ନିଜର ଟେଲିକମ ସେବାଗୁଡିକର ଦର ବୃଦ୍ଧି କରିବ । ୨୦୨୧ ଡିସେମ୍ବର ପରେ ଏୟାରଟେଲ ଏହା ଦ୍ୱିତୀୟଥର ବୃଦ୍ଧି କରିଛି । ଏହି ନୂଆ ଦର ୩ ଜୁଲାଇରୁ ଲାଗୁ ହେବ ।

ଭାରତୀ ଏୟାରଟେଲ ପୋଷ୍ଟପେଡ ପ୍ଲାନ ପାଇଁ ମାସିକ ଟାରିଫ ୧୦ ରୁ ୨୧ ପ୍ରତିଶତ ବଢାଇଛି । ଅନଲିମିଟେଡ ଭଏସ ପ୍ଲାନର ଟାରିଫକୁ ୧୧ ରୁ ୧୨ ପ୍ରତିଶତ ଏବଂ ଡେଲି ଡାଟା ପ୍ଲାନର ଟାରିଫ ପାଖାପାଖି ୧୨ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

LEAVE A REPLY

Please enter your comment!
Please enter your name here