ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ରାଜଧାନୀରେ ପୁଣି ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡିଚାଳନା। ଡିଏନ ରେଗାଲିଆ ନିକଟରେ ଦ୍ରୁତ ଗତିରେ ଆସି ସ୍କୁଟିକୁ ପିଟିଲା ମୋ ବସ୍। ୪ ଜଣ ଗୁରୁତର ଆହତ, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ସ୍ଥାନୀୟ ଲୋକ ମୋ ବସକୁ ରାସ୍ତା ଉପରେ ଅଟକାଇଛନ୍ତି। ସ୍କୁଟି ଚାଳକ ମୋ ବସ୍ ଚକାତଳେ ଚାପି ହୋଇ ରହିଥିବା ଦେଖିବାକୁ ମିଳିଛି। ସେହିଭଳି ଶ୍ରୀୟା ଟକିଜ ନିକଟରେ ମଧ୍ୟ ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ତାତିଲେ ଲୋକେ। ମୋ ବସ୍ ଅଟକାଇବା ସହ ଭାଙ୍ଗିଲେ କାଚ l କିଛି ସମୟ ରାସ୍ତା ଉପରେ ଜାମ ହେବା ପରେ ଯାତାୟତ ସ୍ବାଭାବିକ ହୋଇଛି।