ପୁଣି ବାହା ହେବେ ଅନୁଭବ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପୁଣି ବିବାହ ବନ୍ଧନରେ ବାନ୍ଧିହେବେ ଅନୁଭବ ମହାନ୍ତି । ବାନ୍ଧବୀ ଜାଗୃତିଙ୍କ ସହ ଦିତୀୟ ଇନିଂସ ଆରମ୍ଭ କରିବେ ସୁପରଷ୍ଟାର ! ସୁପରଷ୍ଟାର ଅନୁଭବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଉ ଚର୍ଚ୍ଚାର କାରଣ ସାଜିଛନ୍ତି ତାଙ୍କର ବାନ୍ଧବୀ ଜାଗୃତି ଶୁକ୍ଲା । ଅନୁଭବ ଓ ଜାଗୃତି ହାତକୁ ଦି ହାତ ହେବା ନେଇ ଏବେ ସବୁଠି ଆଲୋଚନା । ମାର୍ଚ୍ଚ ୬ ତାରିଖରେ ଭୁବନେଶ୍ବରର ଏକ ତାରକା ହୋଟେଲରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ସୂଚନା ମିଳିଛି । ଆସନ୍ତା ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ଲଭ୍ ବାର୍ଡ । ଏ ସମ୍ପର୍କରେ ଅନୁଭବ କିମ୍ବା ଜାଗୃତି ସୋସିଆଲ ମିଡିଆରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଦୀର୍ଘ ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା ତାହା ଏବେ ସତ ହେବାକୁ ଯାଉଥିବା କୁହାଯାଉଛି।

ଅନ୍ୟପଟେ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ତାଙ୍କ ନାମ ଓ ଚେହେରା ଗଣମାଧ୍ୟମ ଓ ଲୋକଙ୍କ ସାମ୍ନାକୁ ଆସିଥିଲା । ସେହି ସେହି ସମୟରେ ଜାଗୃତିଙ୍କୁ ନେଇ ଅନେକ ଗୁଜବ ମଧ୍ୟ ସାମନାକୁ ଆସିଥିଲା । ଏପରିକି କେହି କେହି ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ପଛର କାରଣ ଜାଗୃତିଙ୍କୁ ବୋଲି ଧରିନେଇଥିଲେ । ବର୍ତ୍ତମାନ ବିବାହ ଖବର ଶୁଣି ସୁପରଷ୍ଟାରଙ୍କ ଫ୍ୟାନ୍ସମାନେ ଯେତେ ଖୁସି ଅଛନ୍ତି ତାଠୁ ଅଧିକ ଆଶ୍ଚର୍ଯ୍ୟ ଅଛନ୍ତି ଓଡିଶାବାସୀ ।

LEAVE A REPLY

Please enter your comment!
Please enter your name here