ବିପ୍ଲବୀ ପରିକ୍ରମା ବ୍ୟୁରୋ :- ମଞ୍ଚରେ ରହି ମକାଚାଷ ଜମିକୁ ଜଗିଥିବା ଲୋକେ ବାଘ ଦେଖିଥିବା ସୁଚନା,ଏହା ମହାବଳ ନୁହେଁ କଲରାପତରିଆ ହୋଇଥାଇପାରେ ବୋଲି ଅନୁମାନ କରୁଛି ବିଭାଗ , ବନ ବିଭାଗର ତଦନ୍ତ ଆରମ୍ଭ, ପାଦ ଚିହ୍ନକୁ ଆଧାର କରି ଅନୁସନ୍ଧାନ କରୁଛି ବନ ବିଭାଗ l
ମୋହନା ବନ ବିଭାଗ ଅନ୍ତର୍ଗତ ମଳାସପଦର ପଂଚାୟତ ର ଡିମ୍ବିରିପଙ୍କାଳ ଗାଁ ନିକଟରେ ଲୋକେ ବାଲି ରେ ବାଘର ପାଦ ଚି଼ହ୍ନ ଦେଖି ଭୟବିତ୍ତ ହୋଇ ବନବିଭାଗ କୁ ସୂଚନା ଦେଇଥିଲେ ଯାହା ଦ୍ୱାରା ବନ ବିଭାଗ ଅଧିକାରୀ ଲକ୍ଷ୍ମୀ ପ୍ରସାଦ , ଦେବାଶିଷ ଶତପଥି ଓ ଟିମ ପହଞ୍ଚି ଯାଞ୍ଚ କରିଥିଲେ, ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବା ସହ ଗାଈ ଗୋରୁକୁ ସୁରକ୍ଷିତ ସ୍ଥାନରେ ରଖିବା ଏବଂ ରାତିରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିବା ବେଳେ ଏହା ହେଟା ବାଘର ପାଦ ଚିହ୍ନ ହୋଇଥାଇ ପରେ ବୋଲି ଅନୁମାନ କରୁଛି ବିଭାଗ l