ଚିତ୍ରକୋଣ୍ଡା ( ବିପ୍ଲବୀ ପରିକ୍ରମା ):- ପୁଣି ଭାରରେ ବୁହା ହେଲେ ଗର୍ଭବତୀ । ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ର ଅନୁବିରିଡା ଗ୍ରାମର ଏହି ଦୃଶ୍ୟ । ଅନୁବିରିଡା ଗ୍ରାମର ଶ୍ୟାମ ଦୁରୁଆ ଙ୍କ ପତ୍ନୀ ଆପାଲାମା ଇଙ୍ଗିଙ୍କୁ ଗତ କାଲି ସକାଳେ ଗର୍ଭ ଯନ୍ତ୍ରଣା ହୋଇଥିଲା।ଗ୍ରାମରେ ମୋବାଇଲ ନେଟୱର୍କ ସୁବିଧା ନଥିବା ଯୋଗୁଁ ନିକଟରେ ଥିବା ପାହାଡ଼ ଉପରକୁ ଯାଇ ସ୍ୱାମୀ 108 ଆମ୍ବୁଲାନ୍ସ କୁ ଫୋନ କରିଥିଲେ ।
ହେଲେ ଗ୍ରାମକୁ ଯିବାକୁ ରାସ୍ତା ନଥିବାରୁ ଗାଁ ମୁଣ୍ଡରେ ରହିଯାଇଥିଲା ଆମ୍ବୁଲାନ୍ସ। ଯାହା ଫଳରେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ଓ ସମ୍ପର୍କୀୟମାନେ ଭାରରେ ୪ କି.ମି ଭାର କରି ବୋହି ଆଣି ଏକ ଆଣ୍ଠୁ ଉଞ୍ଚର ପାଣି ଥିବା ନାଳ ପାରି କରି ଆମ୍ବୁଲାନ୍ସ ପାଖରେ ପହଁଚି ଥିଲେ । ଗର୍ଭବତୀ ମହିଳାଙ୍କୁ ପ୍ରଥମେ ଜନବାଇ ଡାକ୍ତରଖାନା ଓ ପରେ ଚିତ୍ରକୋଣ୍ଡା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ପ୍ରସୂତି ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ଦୁହେଁ ସୁସ୍ଥ ଥିବା ଜଣା ପଡ଼ିଛି।