ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟରେ ଏଣିକି ସ୍କୁଲରେ ନାମ ଲେଖାଇବା ପାଇଁ ପିଲାଙ୍କୁ ଅତିକମରେ ୬ ବର୍ଷ ହେବା ଜରୁରୀ । ଚଳିତ ଶିକ୍ଷାବର୍ଷ (୨୦୨୪-୨୫) ଠାରୁ ଏହି ନୂଆ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତା ଆଧାରରେ ଏହି ବୟସ ସଂଶୋଧିତ ନିୟମ ଲାଗୁ କରାଯାଇଛି । ଏନେଇ ‘ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ’ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।
ପ୍ରଥମ ଶ୍ରେଣୀରେ ନାଁ ଲେଖାଇବା ପାଇଁ ସରକାର ଧାର୍ଯ୍ୟ କରିଛନ୍ତି ବୟସ ସୀମା । ୬ ବର୍ଷରୁ ଅଧିକ ନ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ନାହିଁ । ୨୦୨୫-୨୬ ଶିକ୍ଷା ବର୍ଷରୁ ଏହା ଲାଗୁହେବ । ସେହି ଶିକ୍ଷା ବର୍ଷର ସେପ୍ଟେମ୍ବର ୧ରେ ଯେଉଁ ପିଲାଙ୍କର ବୟସ ୬ ବର୍ଷରୁ ଉର୍ଦ୍ଧ ହୋଇଥିବ ସେହି ମାନେ ହିଁ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ । ଏଭିଳି ନିଷ୍ପତି ଜାତୀୟ ଶିକ୍ଷା ପଲିସୀକୁ ନଜରରେ ରଖି ସରକାର କରିଛନ୍ତି । କେବଳ ସେତିକି ନୁହେଁ ପ୍ରତେକ ପ୍ରାଥମିକ ବିଦ୍ୟାଳୟରେ ସରକାର ପ୍ରି ସ୍କୁଲ ଖୋଲିବେ, ଯାହାର ନାମ ହେବ ଶିଶୁ ବାଟିକା । ଏଠାରେ ୫ରୁ ୬ ବର୍ଷର ପିଲାମାନଙ୍କ ନାମ ଲେଖା ହେବ ଏବଂ ସେମାନେ ସେହିଠାରେ ହିଁ ପାଠ ପଢ଼ିବେ । ଏଭଳି ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ । ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ବିଜ୍ଞପ୍ତି ଅନୁଯାଇ ଏବେ ପ୍ରଥମ ଶ୍ରେଣୀ ପିଲାମାନଙ୍କ ନାମ ଲେଖା ବୟସ ୬ ବର୍ଷରୁ ଅଧିକ ରହିବ ।