୧୦ ଦଫା ଦାବି ନେଇ ଓଡିଶା ନସିଂ କର୍ମଚାରୀ ସଙ୍ଘ ପକ୍ଷରୁ ଆନ୍ଦୋଳନ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଆଜି ଓଡିଶା ନର୍ସିଂ କର୍ମଚାରୀ ସଙ୍ଘ ପକ୍ଷରୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ ସମ୍ମୁଖରେ ରେ ଦଶ ଦଫା ଦାବି ନେଇ ଆନ୍ଦୋଳନ କରାଯାଇଛି l ଯେଉଁ ପର୍ଯ୍ୟନ୍ତ ଦାବୀ ପୁରଣ ନ ହେବ ସେପର୍ଯ୍ୟନ୍ତ ସିଜ ୱାର୍କ ରେ ବସିବା ସହ କେବଳ ଏମାର୍ଜେନ୍ସି ବିଭାଗ ଯାହା କାଜୁଆଲଟି,ଆଇସିୟୁ, ଲେବରରୁମ, ଓଟି ବିଭାଗ ରେ ନର୍ସ ମାନେ କାର୍ଯ୍ୟରତ ରହିବେ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏମକେସିଜି ଜେନେରାଲ ସେକ୍ରେଟାରୀ ଏମସିହେଚ ସୁପ୍ରଭା ବେହେରା l

ତେବେ ଦାବିଗୁଡିକ ମଧ୍ୟରେ,

୧. ୧୨.୧୧.୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନସିଂ ଅଫିସର ମାନଙ୍କର ଛଅ ବର୍ଷ ଚୁକ୍ତି ଭିତ୍ତିକ ଅବଧୂକୁ ମୂଳ ଚାକିରୀ ସୀମାରେ ମିଶାଇ ପଦୋନ୍ନତି ଏବଂ ସମସ୍ତ ଆର୍ଥିକ ସୁବିଧା ଦିଆଯାଉ | ଅଫିସର ପଦବୀରେ ତୁରନ୍ତ ପଦୋନ୍ନତି ଦିଆଯାଉ l

୨. ଯୋଗ୍ୟ ନସିଂ ଅଫିସର ମାନଙ୍କୁ ବରିଷ୍ଠତା ଭିତିରେ ସିନିୟର ନସିଂ ଦିଆଯାଉ | ସହକାରୀ ନସିଂ ଅଧୀକ୍ଷକ ପଦବୀରେ ପଦୋନ୍ନତି ପାଇଁ ଆବଶ୍ୟକ ଥିବା ସ୍ଥିରୀକୃତ ଅବଧି କୁ କମ କରି ୧୬ ବର୍ଷରୁ ଉଦ୍ଧ ସମୟ ଧରି ସେବା ଯୋଗାଇ ଆସୁଥ‌ିବା ସମୟରେ ଦୁଇଟା ପଦୋନ୍ନତି କରାଯାଉ |ବରିଷ୍ଠ ନସିଂ ଅଫିସର ମାନଙ୍କର ଏକ ସରକାରୀ ନସିଂ ଅଫିସର ମାନଙ୍କୁ CHO ନିଯୁକ୍ତି ଦିଆଯାଉ l

୩. ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ହୋଇଥିବା ପଦବୀରୁ ଫେରାଇ ଆଣି କ୍ୟାଡର ପୋଷ୍ଟରେ ବିଭିନ୍ନ ସରକାରୀ ହସ୍ପିଟାଲ ଗୁଡିକରେ ନସିଂ ସେବା ଯୋଗାଇଦେବା ନିମନ୍ତେ ଠୋସ ପଦକ୍ଷେପ ନିଆଯାଉ ଏବଂ ଅନ୍ୟ ରାଜ୍ୟ ଗୁଡିକରେ ଥ‌ିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖ୍ NHM ଅଧୀନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ cho ମାନଙ୍କୁ ନିଯୁକ୍ତି ଦିଆଯାଉ |

୪. କଟକରେ କାର୍ଯ୍ୟକ୍ଷମ କରୁଥିବା REGIONAL SPINAL INJURY CENTER ରେ ୧୮ ବର୍ଷ ଧରି କାର୍ଯ୍ୟ କରୁଥ‌ିବା ନସିଂ ଅଫିସର ମାନଙ୍କୁ ତୁରନ୍ତ ନିୟମିତ କରାଯାଉ ଏବଂ MHU | RBSK ଅଧୀନରେ ଦୀର୍ଘ ୧୧ ବର୍ଷ ଧରି କାର୍ଯ୍ୟ କରୁଥ‌ିବା ନସିଂ ଅଫିସର ମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିୟମିତ କରାଯାଉ|

୫. ନିୟମିତ ହୋଇନଥୁବା ଅବଶିଷ୍ଟ ନସିଂ ଅଫିସର ମାନଙ୍କୁ ତୁରନ୍ତ ନିୟମିତ କରାଯାଉ |

୬. AHPGIC, CUTTACK ଅଧୀନରେ କାର୍ଯ୍ୟରତ ଥ‌ିବା ନସିଂ ଅଫିସର ମାନଙ୍କୁ ଓଡିଶା ନସିଂ ସର୍ଭିସ କ୍ୟାଡର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉ |

୭. ନସିଂ ଅଫିସର ମାନଙ୍କର ଡ୍ରେସ କୋଡ଼ ପରିବର୍ତ୍ତନ କରାଯିବା ସହିତ ନସିଂ ସେବା କ୍ୟାଡରରେ ଥିବା ପ୍ରଶାସନିକ ପଦବୀରେ ଡ୍ରେସ କୋଡର ପରିବର୍ତ୍ତନ କରାଯାଉ |

୮. ଆଉଟସୋସିଂ ଏଜେନ୍ସି ମାଧ୍ୟମରେ ହେଉଥ‌ିବା ନସିଂ ଅଫିସର ମାନଙ୍କର ନିଯୁକ୍ତି କୁ ସମ୍ପୂର୍ଣ ବନ୍ଦ କରିବା ସହିତ ସରକାରଙ୍କ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ |

୯. KBK, KBK + ଏବଂ ଆଦିବାସୀ ସବ୍-ପ୍ଲାନ୍ କଠିନ ଅଞ୍ଚଳରେ କାର୍ଯ୍ୟ କରୁଥ‌ିବା ନସିଂ ଅଫିସର | କର୍ମଚାରୀଙ୍କ ପାଇଁ ସ୍ଥାନ ଭିଭିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ ।

୧୦.ଯେହେତୁ ନସିଂ ଅଫିସର ମାନେ ଜରୁରୀକାଳୀନ ସେବାରେ ନିୟୋଜିତ ଅଛନ୍ତି ତେଣୁ ସରକାରଙ୍କ ଦ୍ବାରା ସ୍ଥିରୀକୃତ ସମସ୍ତ ସାଧାରଣ ଛୁଟି ଦିନ ବଦଳରେ ନସିଂ ଅଫିସରଙ୍କ କ୍ଷେତ୍ରରେ କ୍ଷତିପୂରଣ ଛୁଟି | ଦରମା ପ୍ରଦାନ କରାଯାଉ ଏବଂ ଏହି ସମ୍ବନ୍ଧରେ ସ୍ଥାୟୀ ନିର୍ଦ୍ଦେଶନାମା ଜାରି କରାଯାଉ |

LEAVE A REPLY

Please enter your comment!
Please enter your name here