ନିର୍ବାଚନରେ AIର କଣ ରହିବ ଭୂମିକା

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଦିନକୁ ଦିନ AIର ବ୍ୟବହାର ବଢ଼ୁଥିବାବେଳେ ଏହାର ଦୁରୁପୋଯୋଗ ମଧ୍ୟ କରାଯାଉଛି । କେତେବେଳେ ସେଲିବ୍ରେଟୀଙ୍କ ଭଏସରେ ବିଜ୍ଞାପନ ଦେଖିବାକୁ ମିଳୁଛି ତ ଆଉ କେତେବେଳେ ଅଭିନେତା, ଖେଳାଳିଙ୍କ ଖରାପ ଫଟୋ ଭିଡିଓ ଭାଇରାଲ ହେଉଛି । ଯେଉଁଥିରୁ ବାଦ ପଡ଼ିନାହାନ୍ତି ବଡ ବଡ ସେଲିବ୍ରିଟି > ତେବେ ଆଗକୁ ନିର୍ବାଚନ ଆସୁଥିବାବେଳେ ଡିପଫେକ୍ ଭିଡିଓ ଭୋଟରଙ୍କ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଆଲୋଚନା ହେଉଛି ।

ତେବେ ନିର୍ବାଚନ ସମୟରେ କିଛି ଦେଶରେ AIର ବ୍ୟବହାର କରାଯାଉଥିବାବେଳେ ଆଗାମୀ ଦିନରେ ଭାରତରେ ନିର୍ବାଚନ ହେବାକୁ ଥିବାବେଳେ AIର ପ୍ରଭାବ କଣ ରହିବ?ସେପଟେ ଗୁଗୁଲ ଜେମିନି AI ବିବାଦୀୟ ମନ୍ତବ୍ୟ ଏବଂ ପକ୍ଷପାତ ବିଷୟବସ୍ତୁ ଦେଖାଯାଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ବୋଧିତ କରି ଯେଉଁ ବିବାଦୀୟ ରିପୋର୍ଟ ଆସିଛି ତାହା ବେଶ ଚିନ୍ତାଜନକ । AIର ବ୍ୟବହାର ଯେତିକି ବଢ଼ୁଛି କିଛି କାମ ମଧ୍ୟ ସୁବିଧାରେ ହୋଇଯାଉଛି । ସ୍ମାର୍ଟଫୋନଠାରୁ ମଧ୍ୟ ଏହା ଅଧିକ ସ୍ମାର୍ଟ ହୋଇଥାଏ ।

କିନ୍ତୁ AIର ବିଭିନ୍ନ ଦୋଷ ତୃଟି ଦେଖାଯାଉଥିବାବେଳେ ଏହା ସ୍ମାର୍ଟ ନୁହେଁ କି? ବୋଲି ପ୍ରଶ୍ନ ଉଠିଥିଲା । ସେପଟେ ନିର୍ବାଚନରେ AIର ଅପବ୍ୟବହାର ସମ୍ପର୍କରେ ଯଦି କହିବା ତାହେଲେ ନିଶ୍ଚିତ ଭାବରେ ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି । କାହିଁକି ନାଁ ପୂର୍ବରୁ ରଶ୍ମିକା ମାନ୍ଧନା, ସଚିନ ତେନ୍ଦୁଲକର, ଆଲିଆ ଭଟ୍ଟ, କରନିା କପୁର ଏବଂ ପ୍ରଧାନମନ୍ତ୍ରୀଙ୍କ ଡିପଫେକ୍ ଭିଡିଓ ଭାଇରାଲ ହୋଇଛି । ସେପଟେ ସାରା ଭାରତରେ ନିର୍ବାଚନ ସମୟରେ ଏଆଇ ବ୍ୟବହାର ହେବା ନେଇ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ୨୦୨୩ ମସିହାରେ ଆର୍ଜେଣ୍ଟିନାରେ ହୋଇଥିବା ନିର୍ବାଚନରେ ଡିପଫେକ ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ଭାରତର ପାରମ୍ପରିକ ଶତୃ ବୋଲାଉଥିବା ପାକିସ୍ତାନରେ ମଧ୍ୟ ବିବାଦୀୟ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହୋଇଥିବା ଅଭିଯୋଗ ଦେଖିବାକୁ ମିଳିଥିଲା ।

ଆଇଟି ବିଶେଷଜ୍ଞମାନେ ମତ ଦେଇଛନ୍ତି କି, ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ AIର ବ୍ୟବହାର କରି ଡିପଫେକ୍ ଭିଡିଓ ତିଆରି କରିପାରନ୍ତି । ବିରୋଧୀ ନେତାଙ୍କ ଡିପଫେକ ଭିଡିଓ କରି ମଧ୍ୟ ଭୋଟରଙ୍କ ଆକର୍ଷଣ ଭାଙ୍ଗିବା ଉପରେ କାର୍ଯ୍ୟ କରାଯାଇପାରେ । ତେବେ ନିର୍ବାଚନ କମିଶନ ଏଉପରେ ଅଧିକ ଧ୍ୟାନ ଦେବେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here