AIKMKS ପକ୍ଷରୁ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ

0

ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ଡିଜିଟାଲ):-  ଶହୀଦ୍ ବିର୍ସା ମୁଣ୍ଡା ଙ୍କ ବଳିଦାନ ଦିବସ ଅବସରରେ, ଗଂଜାମ ଜିଲ୍ଲା ଭଂଜନଗର ଠାରେ ଅଲ୍ ଇଣ୍ଡିଆ କ୍ଷେତ ମଜଦୂର କିଷାନ୍ ସଭା (AIKMKS) ଏବଂ ମାନବ ଅଧିକାର ସୁରକ୍ଷା ମଞ୍ଚ – ଗଂଜାମ ଶାଖା ପକ୍ଷରୁ ପ୍ରତିବାଦ ରାଲି ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶତାଧିକ ଆଦିବାସୀ ପୁରୁଷ ଓ ମହିଳା, ଭଜନଗ ବସଷ୍ଟାଣ୍ଡ ଠାରୁ ପ୍ରତିବାଦ ରାଲିରେ ବାହାରି, ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଉଭୟ ସଂଗଠନର ପ୍ରମୁଖ ବ୍ୟକ୍ତିମାନେ ଯୋଗଦେଇ, ପ୍ରତିକ୍ରିୟା ରଖିଥିଲେ ।

ସେମାନଙ୍କ ଦାବୀ ଥିଲା, ପିପଳପଙ୍କା ଡ୍ୟାମ୍ ବାତିଲ୍, ଗଂଜାମର ଜୀବନରେଖା କୁହାଯାଉଥିବା, ଋଷିକୂଲ୍ୟା ନଦୀର ସୁରକ୍ଷା, ଜଗନ୍ନାଥପ୍ରସାଦ ବ୍ଳକ ଅଞ୍ଚଳରେ ପ୍ରସ୍ତାବିତ ଗୋଳାବାରୁଦ କାରଖାନାକୁ ବାତିଲ୍ କରିବା, ଘର, ସିଲିଂ ଏବଂ ଭୂମିପଟ୍ଟା ପ୍ରଦାନ, କର୍ପୋରେଟ୍ ସଂସ୍ଥା ଦ୍ବାରା ପ୍ରାକୃତିକ ସମ୍ପଦ ଲୁଟ୍ କୁ ବନ୍ଦ କରିବା ଏବଂ ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ କରିବାକୁ ପ୍ରତିକ୍ରିୟା ରଖିଥିଲେ । ଏନେଇ ସଂଗଠନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଜରିଆରେ, ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here