ମହାକୁମ୍ଭ ପାଇଁ ବିମାନ ଭଡ଼ା ଆକାଶଛୁଆଁ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ତ୍ରିବେଣୀ ସଙ୍ଗମ ସ୍ଥଳୀ ପ୍ରୟାଗରାଜ ରେ ଚାଲିଛି ମହାକୁମ୍ଭ l ପ୍ରତିଦିନ କୋଟି କୋଟି ଭକ୍ତଙ୍କ ମହାସଙ୍ଗମ ହୋଇଥାଏ l ମହାସ୍ନାନ ଏବଂ ବୁଡ଼ ପକାଇବା ପାଇଁ ଦେଶର କୋଣ ଅନୁକୋଣରୁ ବକ୍ତଙ୍କ ସୁଅ ଛୁଟିଥିବାବେଳେ ବିଦେଶରୁ ମଧ୍ୟ ଅନେକ ଭକ୍ତ ଏହି ମହାକୁମ୍ଭରେ ସାମିଲ ହେବାକୁ ଆସିଥାନ୍ତି l ତେବେ ପ୍ରୟାଗରାଜ ମହାକୁମ୍ଭ ପାଇଁ ବିମାନ ଭଡ଼ା ଅଚାନକ ଆକାଶ ଛୁଆଁ ହେବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବୈଠକ । ଏୟାରଲାଇନ୍ସ ମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ । ଆସନ୍ତା ୨୯ରେ ଅମୃତ ସ୍ନାନ ଥିବା ବେଳେ ପ୍ରୟାଗରାଜ ଯିବା ପାଇଁ ବିମାନ ଯାତ୍ରୀଙ୍କ ସଂଖ୍ୟା ଅଧିକ ହେଉଥିବାରୁ ଅଚାନକ ବିଭିନ୍ନ ଏୟାର ଲାଇନ୍ସ ପକ୍ଷରୁ ଯାତ୍ରୀ ଭଡା ବହୁ ଗୁଣା ବଢ଼ାଇ ଦିଆଯାଇଛି l

 

ଚେନ୍ନାଇରୁ ପ୍ରୟାଗରାଜ ଟିକଟ ଦାମ ୫୩ ହଜାର ହୋଇଥିବା ବେଳେ ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀରୁ ୪୭ ହଜାର ୫ଶହ ଓ ବେଙ୍ଗଳୁରୁରୁ ପ୍ରୟାଗରାଜକୁ ବିମାନ ଭଡ଼ା ୫୧ ହଜାର ଟଙ୍କା ରଖିଛନ୍ତି ବିଭିନ୍ନ ଏୟାର ଲାଇନ୍ସ । ପ୍ରୟାଗରାଜକୁ ପ୍ରାୟ ସମସ୍ତ ଟିକଟ ବୁକ ହୋଇଯାଇଥିବା ବେଳେ ବଳକା ଥିବା ଟିକଟ ଦର ଆକାଶ ଛୁଆଁ ହୋଇଛି । ସେମିତି ଭୁବନେଶ୍ବରରୁ ପ୍ରୟାଗରାଜକୁ ବିମାନ ଭଡ଼ା ୪୧,୫୦୦ ଟଙ୍କା ରହିଛି।

 

ବିମାନ ଯାତ୍ରୀଙ୍କ ଚାହିଦାକୁ ଦେଖି ଚଳିତ ମାସରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରୟାଗରାଜକୁ ୮୧ଟି ଅଧିକ ବିମାନ ଚଳାଚଳ ପାଇଁ ଅନୁମତି ଦେଇଥିଲେ DGCA। ଏବେ ଦିନକକୁ ପ୍ରୟାଗରାଜକୁ ୧୩୨ଟି ବିମାନ ଚଳାଚଳ କରୁଛି । ତଥାପି ଯାତ୍ରୀଙ୍କ ଚାହିଦା ଅଧିକ ଥିବାକୁ ଏୟାରଲାଇନ୍ସ କଂପାନି ମାନେ ଭଡ଼ା ଅହେତୁକ ଭାବେ ବଢ଼ାଇଛନ୍ତି । ଆସନ୍ତା ୨୯ରେ ଅମୃତ ସ୍ନାନ, ଫେବ୍ରୁଆରୀ ୩ରେ ବସନ୍ତ ପଞ୍ଚମୀ, ଫେବ୍ରୁଆରୀ ୧୨ରେ ମାଘ ପୂର୍ଣ୍ଣିମା ଓ ଫେବ୍ରୁଆରୀ ୨୬ରେ ମହାଶିବରାତ୍ରୀ ପଡ଼ୁଥିବାରୁ ପ୍ରୟାଗରାଜରେ ଭକ୍ତଙ୍କ ଭିଡ଼ ବଢ଼ିବ । ଏଥିବା ପାଇଁ ବିମାନ ଭଡ଼ା ଅହେତୁକ ବୃଦ୍ଧି ହେଉଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here