ଏଆଇଟିୟୁସି ପକ୍ଷରୁ ବିକ୍ଷୋବ ପ୍ରଦର୍ଶନ  

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ):- : ଅଖିଳ ଭାରତ ଟ୍ରେଡ୍ ୟୁନିୟନ୍ କଂଗ୍ରେସ ତରଫରୁ ସର୍ବଭାରତୀୟ ଦାବି ଦିବସ ପରିପ୍ରେକ୍ଷୀରେ ଜିଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ | ଆଜି ଶହଶହ ଆଶା ଓ ଅଙ୍ଗନବାଡି କର୍ମୀ ମୋଟର କର୍ମଚାରୀ ପାରଳାଖେମୁଣ୍ଡି ନୂଆଁ ବାସଷ୍ଟାଣ୍ଡ ନିକଟରୁ ଏକ ଶୋଭା ଯାତ୍ରାରେ ବାହାରି , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଆଇଟିୟୁସିର ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ବିଭିନ୍ନ ବର୍ଗର ଶ୍ରମିକମାନେ ପାରଳାଖେମୁଣ୍ଡି ସ୍ଥିତ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ସେଠାରେ ସେମାନେ ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ସରକାର ସୁନିଶ୍ଚିତ କରିବା ଦାବୀରେ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇଥିଲେ ।

ବିଶେଷ କରି ଜାତୀୟ ଶ୍ରମ ସମ୍ମିଳନୀ ସୁପାରିଶ ଅନୁଯାୟୀ ସର୍ବନିମ୍ନ ମଜୁରୀ ସୁନିଶ୍ଚିତ କରିବା, ଅଙ୍ଗନୱାଡି କର୍ମୀ ସହାୟିକା, ଆଶାକର୍ମୀ ଓ ମଧ୍ୟାହ୍ନ ଭୋଜନ ପାଚିକା ମାନଙ୍କୁ ୱାର୍କର ମାନ୍ୟତା ଦେବା, ଅନୁଦାନ ପ୍ରଦାନ ନହେବାରୁ କାମ ହରାଇଥିବା ଉଦ୍ୟାନ ସାଥିଙ୍କୁ ନିଯୁକ୍ତି, ଗ୍ରାମପଞ୍ଚାୟତ ୱାର୍କର ଯଥା ସୁଇପର, ରାତ୍ର ଜଗୁଆଳି ଓ ପିଅନଙ୍କୁ ସର୍ବନିମ୍ନ ମଜୁରୀ ଅନୁଚ୍ଛେଦରେ ସାମିଲ କରିବା ଆଦି ଦାବୀ ରହିଛି । ଏନେଇ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ଶ୍ରମ ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଥିଲେ ।

ବର୍ଦ୍ଧିତ ବଜାର ଦର ତୁଳନାରେ ଆଙ୍ଗନବାଡି କର୍ମୀଙ୍କ ଅନୁଦାନ ବଢାଯାଉ,ଜିଲ୍ଲାରେ ଶ୍ରମ ବିଭାଗ ଥାଇ ମଧ୍ୟ ସର୍ବନିମ୍ନ ମଜୁରୀ ମୋଟର କର୍ମଚାରୀ ସଂଘ ପକ୍ଷରୁ ବାରମ୍ଭର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଦରଦାମ ବୃଦ୍ଧି ଯାହା ଜଣେ ଶ୍ରମିକ ବଞ୍ଚିବା ଓ ପରିବାର ଚଳାଇବା ଅତ୍ୟନ୍ତ କଷ୍ଟ ହୋଇପଡିଛି । ତେଣୁ ସରକାର ବିଚାରକୁ ନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ନଚେତ ଆଗାମୀ ୨୦ ତାରିଖରେ ଭୁବନେଶ୍ୱରରେ ଆନ୍ଦୋଳନ ର ବସିବେ ବୋଲି ଚେତାବନୀ ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here