ପାରଳାଖେମୁଣ୍ଡି,( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ପାରଳାଖେମୁଣ୍ଡି କେଉଟ ସାହିରେ ବିଷୁବ ମିଳନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆକାଂକ୍ଷା ମହିଳା ସଙ୍ଗଠନ ର ଉପ ସଭାନେତ୍ରୀ ଅନୀତା ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ଭୁକ୍ତା, ମୁଖ୍ୟ ବକ୍ତା ଭାବରେ ଦେବାର୍ଚ୍ଚନ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ମନୋଜ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ପ୍ରତ୍ୟେକ ସକାଳ ନୂତନ ଆସାର କିରଣ ନେଇ ଆସେ ଆଉ କିଛି କରି ଦେଖାଇବାକୁ ଆହ୍ଵାନଦିଏ ବୋଲି ମତବ୍ୟକ୍ତ କରିଥିଲେ | ସେହି ପରି ନୂତନ ବର୍ଷ କୁ ସ୍ବାଗତ ଜଣାଇ , ସମସ୍ତ ଦୁଃଖ କଷ୍ଟ କୁ ଭୁଲି ନୂତନ ଆଶା ଆକାଂକ୍ଷା କୁ ନେଇ ଆଗକୁ ବଢିବା ପାଇଁଁ ସଭିଙ୍କୁ ଉତ୍ସାହିତ କରାଯାଇଥିଲା | ଏହି ଅବସରରେ ସୁଶ୍ରୀ ପାଲକା ଅଶ୍ଵିନୀ ଙ୍କୁ ଆକାଂକ୍ଷା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ନୃତ୍ୟ ପରିବେଷଣ କ୍ଷେତ୍ର ରେ ସାଇ ସ୍ନିଗ୍ଧା ପଟ୍ଟନାୟକ ଏବଂ କେ. ବୈଷ୍ଣବୀ ଙ୍କୁ ପୁରସ୍କୃତ କରାଯାଇଥିଲା | ପରେ ପରେ ନାଚ ଗୀତ ପରିବେଷଣ କରାଯାଇଥିଲା | କ୍ଷୀରାବ୍ଧୀ ତନୟା ପଣ୍ଡା , ଉପଦେଷ୍ଟା ସ୍ଵର୍ଣ୍ଣ ପ୍ରଭା ପାଠୀ , ମିନା କୁମାରୀ ଟହଲ, ଚିନ୍ମୟୀ ପଣ୍ଡା ,କବିତା ମଲ୍ଲିକ ବବିତା ପୁରୋହିତ, ଅଞ୍ଜନା ଦାସ , ରେଣୁବାଳା ବେହେରା,କେ . ପୂଜା , ସୁଜାତା ବେହେରା ଓ ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସର୍ବ ଶେଷ ରେ ପଣା ବଣ୍ଟନ କରାଯାଇଥିଲା।