ବିପ୍ଲବୀ ପରିକ୍ରମା ଡିଜିଟାଲ :- ଅନେକ ଫିଲ୍ମ ଫ୍ଲପ୍ ହେବା ପରେ ପୁଣି ପରଦାରେ ଜଲୱା ଦେଖାଇଛନ୍ତି ଅକ୍ଷୟ କୁମାର । ଚଳିତ ବର୍ଷ ଆରମ୍ଭରେ ଫିଲ୍ମ ‘ସ୍କାଏ ଫୋର୍ସ’ ସହ କମବ୍ୟାକ୍ କରିଛନ୍ତି ଅକ୍ଷୟ । ଏହି ଫିଲ୍ମ ଗଣତନ୍ତର ଦିବସ ଅବସରରେ ରିଲିଜ ହୋଇଛି । ଯାହା ଦର୍ଶକଙ୍କ ମନ ଜିତିବାରେ ଲାଗିଛି। ଅନେକ ଫ୍ଲପ୍ ହେବା ପରେ ଏହି ଫିଲ୍ମ ଅକ୍ଷୟଙ୍କ ପାଇଁ ସଫଳ ସାବ୍ୟସ୍ତ ହୋଇଛି । ଫିଲ୍ମଟି ବକ୍ସ ଅଫିସ୍ରେ ବମ୍ପର କଲେକ୍ସନ କରୁଛି । ରିଲିଜର ୩ଦିନରେ ଫିଲ୍ମ ୧୦୦ କୋଟି ପାଖାପାଖି ଆୟ କଲାଣି ।ସ୍କାଏ ଫୋର୍ସ ହେଉଛି ୨୦୨୫ ମସିହାରେ ନିର୍ମିତ ଏକ ଭାରତୀୟ ହିନ୍ଦୀ ଭାଷାର ଆକ୍ସନ୍ ଡ୍ରାମା ଚଳଚ୍ଚିତ୍ର ଯାହା ୧୯୬୫ ମସିହାରେ ଭାରତ-ପାକିସ୍ତାନ ବିମାନ ଯୁଦ୍ଧରେ ପାକିସ୍ତାନର ସରଗୋଧା ଏୟାରବେସ୍ ଉପରେ ଭାରତର ଆକ୍ରମଣ ଉପରେ ଆଧାରିତ, ଯାହା ଭାରତର ପ୍ରଥମ ବିମାନ ଆକ୍ରମଣ ଥିଲା । ଫିଲ୍ମରେ ଅକ୍ଷୟ କୁମାର ଏବଂ ବୀର ପହରିଆ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ‘ସ୍କାଏ ଫୋର୍ସ’ ହେଉଛି ବୀର ପହରିଆଙ୍କ ପ୍ରଥମ ଫିଲ୍ମ । ସାରା ଅଲି ଖାନ ଏବଂ ନିମ୍ରିତ କୌର ମୁଖ୍ୟ ଅଭିନେତ୍ରୀ ରହିଛନ୍ତି । ଫିଲ୍ମର ବଜେଟ୍ ପ୍ରାୟ ୧୬୦ କୋଟି ଟଙ୍କା ରହିଥିବା ବେଳେ ଫିଲ୍ମଟିକୁ ଅଭିଷେକ ଅନିଲ କପୁର ଏବଂ ସନ୍ଦୀପ କେୱଲାନି ମିଳିତ ଭାବରେ ନିର୍ଦ୍ଦେଶନା ଦେଇଛନ୍ତି ।
ତେବେ ସୂଚନା ପ୍ରକାରେ ସ୍କାଏ ଫୋର୍ସ’ ବକ୍ସ ଅଫିସରେ ପ୍ରଥମ ୨ ଦିନରେ ଭଲ ପ୍ରଦର୍ଶନ କରିଛି । ଅକ୍ଷୟ କୁମାରଙ୍କ ଫିଲ୍ମ ପ୍ରଥମ ଦିନରେ ୧୫.୩୦ କୋଟି ଟଙ୍କା ସହ ଆରମ୍ଭ କରିଥିଲା । ଦ୍ୱିତୀୟ ଦିନରେ, ଫିଲ୍ମର କଲେକ୍ସନ ପ୍ରାୟ ଦେଢ଼ ଗୁଣ ବୃଦ୍ଧି ପାଇଥିଲା । ‘ସ୍କାଏ ଫୋର୍ସ’ ପ୍ରଥମ ଶନିବାରରେ ୨୬.୩୦ କୋଟି ଟଙ୍କା ରୋଜଗାର କରିଥିଲା । ‘ସ୍କାଏ ଫୋର୍ସ’ ଦୁଇ ଦିନରେ ୪୨ କୋଟି ଟଙ୍କାର ବ୍ୟବସାୟ କରିଛି । ସେହିପରି ‘ସ୍କାଏ ଫୋର୍ସ’ ସମସ୍ତ ଭାଷାରେ ମୁକ୍ତିଲାଭ କରିବାର ତୃତୀୟ ଦିନରେ (ପ୍ରାଥମିକ ଆକଳନ) ଭାରତରେ ପ୍ରାୟ ୩୧. ୬୦ କୋଟି ଟଙ୍କା ରୋଜଗାର କରିଛି । ଫିଲ୍ମର ମୋଟ କଲେକ୍ସନ ୯୨. ୯୦ କୋଟି ଟଙ୍କା ହୋଇଛି । ଏହିପରି ଫିଲ୍ମ ଅକ୍ଷୟଙ୍କ ୨୦୨୨ରେ ରିଲିଜ କରିଥିବା ପୂର୍ବ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ପଛରେ ପକାଇଛି । ତଥ୍ୟ ଅନୁଯାୟୀ, ‘ସୂର୍ଯ୍ୟବଂଶୀ’ ଫିଲ୍ମ ପ୍ରଥମ ସପ୍ତାହାନ୍ତରେ ୭୭.୦୮ କୋଟି ଟଙ୍କା କଲେକ୍ସନ କରିଥିଲା ।’