ସବୁ ବୁଥ୍ ଜଗିବେ ବିଜେପି କାର୍ଯ୍ୟକର୍ତ୍ତା; ଟାର୍ଗେଟ ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସରିଛି ବିଜେପିର ତିନି ଦିନିଆ ମାରାଥନ ବୈଠକ। ତୃତୀୟ ଦିନରେ ବସିଥିଲା ରାଜ୍ୟ ପଦାଧିକାରୀ ସଂଯୁକ୍ତ ମୋର୍ଚ୍ଚା ବୈଠକ। ୨୪ ଲଢେଇରେ ବିଜେପି ୭ ମୋର୍ଚ୍ଚାର କଣ ରହିବ ଭୂମିକା ? ତା ଉପରେ କୋର କମିଟି ନେଇଥିବା ନିଷ୍ପତ୍ତି ଉପରେ ହୋଇଛି ଆଲୋଚନା। କୃଷକ ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ST ମୋର୍ଚ୍ଚା, SC ମୋର୍ଚ୍ଚା, OBC ମୋର୍ଚ୍ଚା ଏବଂ ମାଇନରିଟି ମୋର୍ଚ୍ଚାର ସଭାପତି ଉପସ୍ଥିତ ରହି ନେଇଥିଲେ ବୁଥ ମ୍ୟାନେଜମେଣ୍ଟ ପ୍ଲାନ। ରାଜ୍ୟ ବିଜେପିର ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ସିଧାସଳଖ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ପଦାଧିକାରୀ ବୈଠକରେ ଯେଉଁ ରଣନୀତି ହୋଇଛି ବୁଥ ସ୍ତରରେ ତାର କାର୍ଯ୍ୟକାରୀ ଉପରେ ବୈଠକରେ ହୋଇଥିଲା ଆଲୋଚନା। ସେପଟେ ୨୪ ନିର୍ବାଚନ ପାଇଁ ବିଜେପିର ମାରାଥନ କାର୍ଯ୍ୟକ୍ରମକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ବିଜେପି ଯେଉଁଠକୁ ଯିବା କଥା ଯାଉ। ହେଲେ ଆମେ ସବୁବେଳେ ଲୋକଙ୍କ ସହିତ ଅଛୁ। ନବୀନ ସରକାର କଣ କରିଛନ୍ତି ଲୋକଙ୍କ ପାଇଁ ସେ ଗଲେ ସୁଣିକି ଓ ଦେଖିକି ଆସିବେ। ୨୩ ବର୍ଷ ହେବ ଲୋକଙ୍କ ପାଇଁ କାମ ହୋଇଛି। ତେଣୁ ବିଜେପି ଯାହା କହିଲେ ବି କିଛି ଫରକ୍ ପଡ଼ିବ ନାହିଁ। ୨୪ ଲଢେଇକୁ ନଜରରେ ରଖି ଏବେଠୁ ଷ୍ଟ୍ରାଟେଜି ଆରମ୍ଭ କରିଦେଇଛି ବିଜେପି। ,ସେପଟେ ବିଜେଡି ବି ପୁଣିଥରେ କ୍ଷମତା ଦଖଲ ପାଉଁ କରିଛି ଫୁଲ ପ୍ଲାନ l

LEAVE A REPLY

Please enter your comment!
Please enter your name here