କ୍ୟାଣ୍ଡେଲ ଶୋଭାଯାତ୍ରାରେ ସବୁ ସମ୍ପ୍ରଦାୟ ଏକ 

0

କେନ୍ଦୁଝର, ବଡ଼ବିଲ, ଖଳାନନ୍ଦ ଶର୍ମା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):–  କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଦ୍ଵାରା ନିରୀହ ପର୍ଯ୍ୟଟକଙ୍କୁ ନୃଶଂସ ହତ୍ୟା କରାଯିବା ଘଟଣା ସାରା ଦେଶକୁ ସ୍ତବ୍ଦ କରି ଦେଇଥିବା ବେଳେ ଏହାକୁ ଚାରି ଦିଗରୁ ନିନ୍ଦା କରା ଯାଇଛି।

ସେହି କ୍ରମରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରରେ ମଧ୍ୟ ଏହି ଘଟଣାକୁ ନିନ୍ଦା କରି ବଡବିଲ ସିଭିଲ ସୋସାଇଟିର ଆହ୍ବାନ କ୍ରମେ ଶତାଧିକ ଲୋକ ଗୁରୁବାର ସନ୍ଧ୍ୟାରେ କ୍ୟାଣ୍ଡଲ ଶୋଭାଯାତ୍ରାରେ ଯୋଗଦେଇ ସ୍ଥାନୀୟ ଭଗତ ସିଂ ଛକ ଠାରୁ ଅଟଳ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେଠାରେ ଏହି ଗଣହତ୍ୟା ଘଟଣାକୁ ନିନ୍ଦା କରାଯିବା ସହ ସମସ୍ତ ମୃତକଙ୍କ ଆତ୍ମାର ସତଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି ଶୋଭାଯାତ୍ରାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ସମ୍ପ୍ରଦାୟର ଲୋକେ ଯୋଗ ଦେଇଥିବା ବେଳେ ଶୋଭାଯାତ୍ରା ସମୟରେ ରାସ୍ତା ପାର୍ଶ୍ଵ ଦୋକାନୀ ମାନେ ଆଲୁଅ ବନ୍ଦ କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପାକିସ୍ତାନ ପ୍ରାୟୋଜିତ ଏହି ନୃଶଂସ ହତ୍ୟାକାଣ୍ଡର ବିରୋଧ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ସରକାରଙ୍କୁ ଦାବି କରିଛନ୍ତି l

LEAVE A REPLY

Please enter your comment!
Please enter your name here