All MLAs, including the Chief Minister, took oath as MLAs in the Assembly

0
Oplus_131072

ବିଧାନସଭାରେ ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ ଗଣ 

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):– ଆଜିଠୁ ବିଧାନସଭାର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ଆଜି ଓଡିଶା ବିଧାନସଭାରେ ବିଧାୟକ ଭାବେ ଶପଥ ନେଲେ ନବନିର୍ବାଚିତ ବିଧାୟକଗଣ । ବିଧାୟକ ଭାବେ ଶପଥ ପାଠ କରିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତା’ପରେ ବିଧାୟକ ଭାବେ ଶପଥ ନେଲେ ଦୁଇ ଉପମୁଖ୍ୟମନ୍ତ୍ରୀ କେବି ସିଂଦେଓ ଓ ପ୍ରଭାତୀ ପରିଡା । ବିଧାୟକଙ୍କୁ ଶପଥ ପାଠ କରାଇଲେ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କଡା ସୁରକ୍ଷା ବଳୟ ଭିତରେ ରହିଛି ବିଧାନସଭା । ବିଧାନସଭାର ସୁରକ୍ଷା ଦାୟିତ୍ୱରେ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ୍ ନିୟୋଜିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here