ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଅଲ ଓଡ଼ିଶା ଇପିଏଫ୍ ପେନସନ ଆସୋସିଏସନ୍ ମୟୂରଭଞ୍ଜ ଜିଲ୍ଲା କମିଟିର ସଭାପତି ମଦନ ମୋହନ ଜେନାଙ୍କ ନେତୃତ୍ୱରେ ୪ଦଫା ଦାବିନେଇ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦାବି ଗୁଡିକ ମଧ୍ୟରେ ସର୍ବନିମ୍ନ ମାସିକ ପେନ୍ସନ୍ ୯୦୦୦ ଟଙ୍କା ସହ ମହଙ୍ଗା ଭତ୍ତା,ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନ୍ସନ୍,ସମସ୍ତ ଇପିଏଫ୍ ପେନ୍ସନ୍ ଭୋଗୀମାନଙ୍କୁ ଚିକିତ୍ସା ଭତ୍ତା କିମ୍ବା “ଆୟୁଷମାନ ଭାରତ” ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା ସୁବିଧା, ସମସ୍ତ ଇଫିଏଫ୍ ପେନ୍ସନ୍ଭୋଗୀ ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ଭଳି ଚାରି ଗୋଟି ଦାବିକୁ ନେଇ ଶତାଧିକ ଇପିଏଫ୍ ପେନ୍ସନ୍ ଭୋଗୀ ଏହି ବିକ୍ଷୋଭ ରେ ସାମିଲ ଥିଲେ। ତେବେ ଏ ଦାବି ସରକାର ପୂରଣ ନ କଲେ ଆଗାମୀ ଡିସେମ୍ବର ୧୮ ତାରିଖରେ ଯନ୍ତ୍ରରମନ୍ତର ଠାରେ ଧାରଣା ଦିଆଯିବା ସହିତ ରାଜରାସ୍ତା କୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛି ଅଲ ଓଡ଼ିଶା ଇପିଏଫ୍ ପେନସନ ଆସୋସିଏସନ୍ ମୟୂରଭଞ୍ଜ ଜିଲ୍ଲା କମିଟି।