ସବୁ ପଡ଼ା ଗାଁକୁ ମିଳିବ ରାଜସ୍ବ ମାନ୍ୟତା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଖୁବଶୀଘ୍ର ରାଜ୍ୟର ସବୁ ପଡ଼ା ଗାଁକୁ ମିଳିବ ରାଜସ୍ବ ଗ୍ରାମର ମାନ୍ୟତା । ଗୁରୁବାର ବିଧାନସଭାରେ ରାଜସ୍ବ ମନ୍ତ୍ରୀ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି, ନୂଆ ସରକାର ଆସିବା ପରେ ୨୬୩ ପଡ଼ା ଗାଁ ରେଭିନ୍ୟୁ ଭିଲେଜ୍‌କୁ ପରିବର୍ତ୍ତିତ ହୋଇଥିବା କହିଛନ୍ତି । ଆଉ ୧୪୭ ଗାଁକୁ ଜୁଲାଇ ୧୦ ତାରିଖ ସୁଦ୍ଧା ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ପ୍ରକ୍ରିୟା ବିଚାରାଧୀନ ରହିଛି । ରାଜସ୍ବ ମନ୍ତ୍ରୀଙ୍କ ଏ ସୂଚନା ପରେ ରାଜସ୍ବ ଗାଁ ଅପେକ୍ଷାରେ ଥିବା ଗ୍ରାମବାସୀ ଏହାକୁ ସ୍ବାଗତ କରିଛନ୍ତି । ଜୁଲାଇ ୧୦ ସୁଦ୍ଧା ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରହିଛି । ନୂଆ ସରକାର ଆସିବାପରେ ୨୬୩ପଡ଼ା ଗାଁ ହେଲାଣି ରାଜସ୍ବ ଗ୍ରାମ । ଆଉ ୧୪୭ ପଡ଼ା ଗାଁକୁ ରାଜସ୍ୱ ଗାଁ କରିବା ପାଇଁ ଏବେ ବିଚାରାଧୀନ ଅଛି ବୋଲି ଗୃହରେ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

 

ଏହି ରାଜସ୍ବ ଗ୍ରାମ ପାଇଁ ୬-୭ ଦିନ ଭିତରେ ସର୍ଭେ ସରିବ । ଏଥିପାଇଁ ଏପ୍ରିଲ ୨୮ରେ ଅଭିଯୋଗର ଶେଷ ତାରିଖ ରହିଛି । ଏପ୍ରିଲ ୩୦ରେ ଏନେଇ ଜିଲ୍ଲାସ୍ତରରେ ଶୁଣାଣି ହେବ । ଜୁଲାଇ ୧୦ ସୁଦ୍ଧା ପୂରା ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରହିଛି । ବର୍ତ୍ତମାନ ଟେକନୋଲୋଜି ମାଧ୍ୟମରେ ମ୍ୟାପ୍ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡିମାର୍କେସନ କରାଯାଉଛି । ଯେଉଁଥିପାଇଁ କାମ ୬ ରୁ ୭ଦିନରେ ଶେଷ ହେବ । ଅପରପକ୍ଷେ ଯେଉଁ ଗାଁ ରାଜସ୍ବ ହେବା ଦରକାର, ସେ ନେଇ ଗାଁ ଲୋକେ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରିବାକୁ କହିଛନ୍ତି ମନ୍ତ୍ରୀ । ତେବେ ଯେଉଁ ପଡ଼ା,ଗାଁରେ ୨୫୦ରୁ ଅଧିକ ଲୋକ ଥିବେ ଏବଂ ମୂଳ ରାଜସ୍ବ ଗ୍ରାମ ଠାରୁ ୫୦୦ ମିଟର ଦୂରରେ ରହିଥିବା । ସେହି ଗ୍ରାମ ରାଜସ୍ବ ମାନ୍ୟତା ପାଇ ପାରିବ । ଏବେ ପ୍ରକ୍ରିୟା ଜାରି ରହିଥିବା ବେଳେ ଗ୍ରାମବାସୀମାନେ ତହସିଲଦାରଙ୍କ ପାଖରେ ଏଥିପାଇଁ ଆବେଦନ କରି ପାରିବେ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

LEAVE A REPLY

Please enter your comment!
Please enter your name here