ବ୍ରହ୍ମପୁର (ବିପ୍ଲବୀ ପରିକ୍ରମା):- ବ୍ରହ୍ମପୁର ଖୋଡ଼ାସିଂ ସ୍ଥିତ ଘରୋଇ କଲେଜ ସମ୍ରାଟ ମହାବିଦ୍ୟାଳୟ ବିରୋଧରେ ସାଂଘାତିକ ଅଭିଯୋଗ | ଟିସି ଓ ସିଏଲ୍ସି ନେବାକୁ ଆସୁଥିବା ପାସ୍ ଆଉଟ ଛାତ୍ରଛାତ୍ରୀଙ୍କୁ ୧୦ହଜାର ଟଙ୍କା ମାଗୁଛନ୍ତି କଲେଜ ପ୍ରିନ୍ସିପାଲା I ନଚେତ୍ ଟିସି ଓ ସିଏଲ୍ସି ଦେଉନାହାନ୍ତି । ଅନ୍ୟପକ୍ଷରେ ବିଟେକ ଓ ଗ୍ରାଜୁଏସନ୍ ଆଡମିଶନ ତାରିଖ ଶେଷ ହୋଇଯାଇଥିବା ବେଳେ ଛାତ୍ର ଦୁହେଁ ଆଡମିଶନ ନେଇ ନପାରି ନାନା ହଇରାଣ ହେଉଥିବା ଅଭିଯୋଗ ହୋଇଛି I ପ୍ରଥମେ ଏଜେଣ୍ଟ ମାନଙ୍କ ଦ୍ବାରା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଗାଁରୁ ଆଣି କଲେଜରେ ଆଡମିଶନ କରିବା ଓ ଜଏନିଂ ପରେ ଅଧିକ ଟଙ୍କା ମାଗିବା ହେଉ ଅବା ପାସ୍ ହେବା ପରେ ଟିସି, ସିଏଲ୍ସି ବାବଦକୁ ଟଙ୍କା ମାଗି ହଇରାଣ କରୁଛନ୍ତି I ଶେଷରେ ବାଧ୍ଯ ହୋଇ ଶୋଷଣର ଶିକାର ହେଉଛନ୍ତି ଛାତ୍ରଛାତ୍ରୀ I ଏଭଳି ଏକ ଅଭିଯୋଗ ଆସିଛି I
ଯାହାକୁ ନେଇ ଆଜି କଲେଜରେ ଦେଖା ଦେଇଥ୍ ଲା ଛାତ୍ର ଅଶାନ୍ତି I ସେମାନଙ୍କ ଅଭିଭାବକ ଓ ଏକ ସ୍ୱେଚ୍ଛାସେବୀ ପକ୍ଷରୁ ଯାଇ ଆଲୋଚନା କରିଥିଲେ I ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଶେରଗଡ ଅଞ୍ଚଳର ଦୁଇ ଛାତ୍ର ରାଜେଶ କୁମାର ପ୍ରଧାନ ଓ ହର ପ୍ରସାଦ ପ୍ରଧାନ ୨୦୨୨ରେ ଦଶମ ପାସ୍ କରିଥିଲେ | ଏହି କଲେଜର ଜଣେ ଏଜେଣ୍ଟ ଗ୍ରାମକୁ ଆସି ସ୍ଥାନୀୟ ଟିୟୁସନ୍ ସାରଙ୍କୁ ଭେଟି ସମ୍ରାଟ କଲେଜରେ ପଢ଼ାଇବା ପାଇଁ କହିଥିଲେ | ଏଥି ପାଇଁ ପ୍ରତି ଛାତ୍ର ବର୍ଷକ ୪୦ ହଜାର ଟଙ୍କାରେ ଦେବେ ବୋଲି ସ୍ଥିର ହୋଇଥ ଲା I କିନ୍ତୁ କଲେଜ ପଥମ ବର୍ଷ ୪୦ ହଜାର ୪୦ ହଜାର ସ୍ଥାନରେ ୪୫ହଜାର ଟଙ୍କା ଓ ଦ୍ଵିତୀୟ ବର୍ଷ ୭୨ହଜାର ଟଙ୍କା ଆଡମିଶନ ବାବଦକୁ ମାଗିଥିଲେ ।
ଅଭିଭାବକ ମାନେ ଆଡମିଶନ ପରେ କାନମୁଣ୍ଡ ଆଉଁସି ବାଧ୍ୟ ହୋଇ ସେହି ଅର୍ଥ ଦେଇଥିଲେ ୨୦୨୪ରେ ସେମାନେ ଯୁକ୍ତ ୨ ପାସ୍ ହେବା ପରେ ବର୍ତମାନ ରାଜେଶ ଯୁକ୍ତ ୩ ପାଇଁ ଓ ହର ପ୍ରସାଦ ବିଟେକରେ ଆଡମିଶନ କରିବାକୁ ଯୋଗ୍ୟ ହୋଇଛନ୍ତି I ଆଡମିଶନ ତାରିଖ ବେଳକୁ ସେମାନେ ଗତ ୨ମାସ ହେଲା କଲେଜ ଆସି ଏହି ସାର୍ଟିଫିକେଟ ଦାବି କରୁଥିଲେ | କଲେଜ କର୍ତ୍ତୃ ପକ୍ଷ ୧୦ ହଜାର ଟଙ୍କା ଦେବାକୁ ବାଧ୍ଯ କରୁଥିଲେ |ପ୍ରିନ୍ସିପାଲଙ୍କୁ ଭେଟି ଆଲୋଚନା କରିବାକୁ ଚେଷ୍ଟା କରି ଦିନ ସାରା କଲେଜ ପରିସରରେ ବସି ବସି ଘରକୁ ଯିବାକୁ ପଡ଼ୁଛି ।ଶେଷରେ ଅନ୍ୟ ଉପାୟ ନ ପାଇ ଆଜି ଏକ ସ୍ୱେଚ୍ଛାସେବୀ ସଂସ୍ଥାକୁ ନେଇ ଆଲୋଚନା ପରେ କଲେଜ ପକ୍ଷରୁ ଆ ସନ୍ତାକାଲି ଟିସି, ସିଏଲ୍ଲ୍ସି ଦିଆ ଯିବ ବୋଲି ପ୍ରତିଶ୍ରୁତି ପରେ ଛାତ୍ର ଓ ଅଭିଭାବକ ମାନେ ଯାଇଛନ୍ତି । ଅନ୍ୟପକ୍ଷରେ ଶରୀର ଅସୁସ୍ଥ ଦେଖାଇ କଲେଜ ପ୍ରିନ୍ସିପାଲ କୌଣ ସି ପ୍ରତିକ୍ରିୟା ଦେଇନଥି ଲେ ।