ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବ ବେଳେ ପୁଣି ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥ୍ରେ ଏହି ହିଂସା ଭଳି ଘଟଣା ଘଟିଛି । ବିଜେଡ଼ି କର୍ମୀମାନେ ବୁଥ୍ ରିଗିଂ କରିବାକୁ ଚେଷ୍ଟା କରୁଥିବାବେଳେ ବିଜେପି କର୍ମୀମାନେ ବିରୋଧ କରିଥିଲେ । ଯାହକୁ ନେଇ କିଛି ବିଜେଡି କର୍ମୀ ବୁଥ୍ ରେ ଗୁଣ୍ଡାଗର୍ଦ୍ଦି କରିଥିବ ଅଭିଯୋଗ ହୋଇଛି । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣାଧୀନ କରିଛି ।