ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା ଅଭିଯୋଗ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଆଜ କୁ ତିନି ଦିନ ହେବ ଡୁଆଝର ତିନି ନମ୍ବର ଅଙ୍ଗନବାଡ଼ି କେନ୍ଦ୍ର ରେ କୋମଳ ମତି ଶିଶୁ ମାନେ ପ୍ରାକ ଶିକ୍ଷା ରୁ ବଂଚିତ ହୋଇ ଥିବା ଅଭିଯୋଗ ହୋଇଛି । ଡୁଆଝର ଗାଁରେ ଛଅ ଗୋଟି ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ସେମଧ୍ୟରୁ ତିନି ନମ୍ବର ଅଙ୍ଗନବାଡି କେନ୍ଦ୍ର ରେ ବିବାଦ ଦେଖାଦେଇଛି । ପୂର୍ବରୁ ଥିବା ଅଙ୍ଗନବାଡି କର୍ମୀ ନିଜ ବ୍ୟକ୍ତିଗତ କାରଣ ରୁ ଚାକିରୀ ରୁ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି କେନ୍ଦ୍ର ବିନା ଅଙ୍ଗନବାଡି ରେ ଚାଲିଥିଲା । ନୂତନ ଅଙ୍ଗନବାଡି ପାଇଁ ବିଜ୍ଞାପନ ହେବା ପରେ ଚାରି ଜଣ ଆଶାୟୀ ପ୍ରାର୍ଥୀନୀ ଆବେଦନ କରିଥିଲେ । ସେହି ଚାରି ଜଣଙ୍କ ମଧ୍ୟରୁ ସୋନାଲିଶା ତ୍ରିପାଠୀ ନାମକ ଜଣେ ମହିଳା ଅଙ୍ଗନବାଡି ଚାକିରୀ ପାଇଥିବା ବେଳେ ତାଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ନୂତନ ଅଙ୍ଗନବାଡି ଚୟନ ରେ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରି ଶିଶୁ ମାନଙ୍କୁ କେନ୍ଦ୍ର କୁ ଛାଡୁନଥିବା କହିଛନ୍ତି ଗ୍ରାମବାସୀ ।  ଡୁଆଝର ତିନି ନମ୍ବର ଅଙ୍ଗନବାଡି କେନ୍ଦ୍ର ର ନୂତନ ଅଙ୍ଗନବାଡି କର୍ମୀ ଚୟନ ହେଉଥିବା ମହିଳା । ସେ ପ୍ରକୃତରେ ତିନି ନମ୍ବର କେନ୍ଦ୍ର ପରିସର ରେ ଆସୁନଥିବା ବେଳେ ଚାକିରୀ ହାତେଇବା ପାଇଁ ଏକ ସରକାରୀ ଜାଗା ରେ ଘର କରି ରହୁଛନ୍ତି । କେମିତି ଏତେ ଶୀଘ୍ର ତାଙ୍କର ସବୁ ପ୍ରକାର ପ୍ରମାଣ ପତ୍ର ତିଆରି ହେଲା ସେ ଉପରେ ପ୍ରଶ୍ନବାଚୀ ବୋଲି ଗ୍ରାମବାସୀ କହିଛନ୍ତି । ସରକାରୀ ନିୟମ ଅନୁସାରେ ଅଙ୍ଗନବାଡି କର୍ମୀ ସେହି ଅଙ୍ଗନବାଡି ପରିସର ଭୁକ୍ତ ହୋଇଥିବା ଜରୁରୀ ଥିବା ଏହି ଘଟଣା ରେ ସେ କିପରି ଚାକିରୀ ପାଇଲେ ତାହା ତଦନ୍ତ ସାପେକ୍ଷ ବୋଲି ସମୂହ ଗ୍ରାମବାସୀ ଖଡ଼ିଆଳ ସିଡିପିଓ ଙ୍କ ଠାରୁ ନେଇ ନୂଆପଡା ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନୂତନ ଅଙ୍ଗନବାଡି ଚାକିରୀ ରେ ଯୋଗଦେବା ଦିନଠାରୁ ଶିଶୁ ମାନଙ୍କୁ କେନ୍ଦ୍ରକୁ ଛାଡୁନାହାନ୍ତି ଅଭିଭାବକ । ଯେଉଁ ଦିନ ପର୍ଯ୍ୟନ୍ତ ନୂତନ ଅଙ୍ଗନବାଡି ଚୟନ ନହୋଇଛି ସେହି ଦିନ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ କେନ୍ଦ୍ର କୁ ଛାଡ଼ିବୁ ନାହିଁ ସମୟ ପଡିଲେ ରାଜରାସ୍ତା କୁ ଓଲ୍ହାଇ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଏବାବଦ ରେ ଖଡ଼ିଆଳ ସିଡିପିଓ ଙ୍କୁ ପଚାରିବାରୁ ଅଙ୍ଗନବାଡି କର୍ମୀ ଚୟନ ରେ କୌଣସି ଅନିୟମିତତା ହୋଇନାହିଁ ଯାହା ହୋଇଛି ସରକାରୀ ନିୟମ ମୁତାବକ ଓ ଯୋଗ୍ୟତା ଆଧାରରେ ହୋଇଛି । ଯେଉଁ ଅଭିଯୋଗ ହୋଇଛି ତାହା ଭିତ୍ତି ହିନ ହେଲେ ହେଁ ଆମେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉଚିତ ପଦକ୍ଷେପ ନେବୁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here