ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଘଟଣାକୁ ୭୦ ଦିନରୁ ଅଧିକ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ମାମଲା ରୁଜୁ କରିଦେଇ ଚୁପ ବସିଛି ପୋଲିସ ନାବାଳିକା ଝିଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ବିଦ୍ୟାଳୟରୁ ଆଜି ଯାଏଁ ଘରକୁ ଫେରିନି ଦଶମ ଶ୍ରେଣୀର ଛାତ୍ରୀ। ସ୍କୁଲରୁ ଅପହରଣ ଓ ଦୁଷ୍କର୍ମ ନେଇ ରାୟଗଡ଼ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଜାନୁୟାରୀ ୫ ତାରିଖରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ। ଅପହରଣର ୭୫ ଦିନ ପରେ ବି ନାବାଳିକା ଝିଅର ଖବର ନପାଇ ନାନା ଆଶଙ୍କାରେ ଝୁରୁଛନ୍ତି ପିତାମାତା।
ପ୍ରତିଦିନ ଭଳି ଜାନୁୟାରୀ ୩ ତାରିଖରେ ମଧ୍ୟ ଝିଅ ସ୍କୁଲକୁ ଯାଇଥିଲା। ଘରକୁ ନ ଫେରିବାରୁ ଏଣେତେଣେ ଖୋଜାଖୋଜି କରି ନ ପାଇ ହତାଶ ହୋଇପଡିଲେ ପରିବାର ଲୋକେ। ବିଦ୍ୟାଳୟର ଶେଷ ହେବା ପୂର୍ବ ପ୍ରାର୍ଥନାରେ ଅନୁପସ୍ଥିତ ଥିବା କହିଥିଲେ ଶିକ୍ଷକ। ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଉକ୍ତ ଗ୍ରାମର l
ପ୍ରତାପ ମିଶାଲ ନାମକ ଜଣେ ଯୁବକ ନାବାଳିକା ଝିଅକୁ ଅପହରଣ କରିଥିବା ଏବଂ ଏଥିରେ ଯୁବକଙ୍କ ପରିବାର ଲୋକେ ସହଯୋଗ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏନେଇ ରାୟଗଡ଼ ଥାନାରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ପୋଲିସ। ତେବେ ତଦନ୍ତରେ କେଉଁଠି ନା କେଉଁଠି ଦୁର୍ବଳତା ରହିଛି, ଫଳରେ ଏଯାଏଁ ଝିଅକୁ ଉଦ୍ଧାର କରିବାରେ ସମର୍ଥ ହୋଇପାରିନି ପୋଲିସ । ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ବିତିଗଲା କିନ୍ତୁ ଝିଅ କେଉଁଠି କେଉଁ ଅବସ୍ଥାରେ ରହିଛି ? ତା ପ୍ରତି କି ନିର୍ଯ୍ୟାତନା ହେଉଛି, ମାନସିକ ସ୍ଥିତି ତା’ର କ’ଣ ରହିଛି ? ତାକୁ ନେଇ ଚିନ୍ତାରେ ପରିବାର ଲୋକେ। ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବେଳେ ଝିଅକୁ ଖୋଜି ବାହାର କରିବାରେ ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ କରିଛନ୍ତି ପୀଡିତା ଙ୍କ ପିତାମାତ l
ସମାଜରେ ଶିଶୁ ସୁରକ୍ଷା ଏକ ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ହୋଇଥିବା ବେଳେ। ନାବାଳିକା କ୍ଷେତ୍ରରେ ଆଇନ ବ୍ୟବସ୍ଥା କଡ଼ାକଡ଼ି ରହିଛି। ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ସରକାରଙ୍କ ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ କଲ୍ୟାଣ କମିଟି ଭଳି ବିଭାଗ ମଧ୍ୟ କାର୍ଯ୍ୟ କରୁଛି। ତଥାପି ଅନେକ ସମୟରେ ନାବାଳିକା ମାନେ ଦୁର୍ବୃତ୍ତଙ୍କ ଚକ୍ରାନ୍ତର ଶୀକାର ହେଉଥିବା ଘଟଣା ସାମ୍ନାକୁ ଆସୁଛି। ତେଣୁ ପୋଲିସ ନାବାଳିକା ଙ୍କୁ ଉଦ୍ଧାର ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ହୋଇପଡିଛି l
ଯୁବ ସମାଜର ସଚେତନତା ଅଭାବରୁ ଅବା ଆଇନ ବ୍ୟବସ୍ଥାରେ ଢ଼ିଲା ପଣ ଯୋଗୁଁ ହେଉ ନାବାଳିକା ଅପହରଣ ଓ ଦୁଷ୍କର୍ମ ଭଳି ଘଟଣା ଜିଲ୍ଲାରେ ନିୟନ୍ତ୍ରଣ ବିହୀନ ହୋଇଛି। ନିର୍ଯ୍ୟାତନାର ଶିକାର ହେଉଛନ୍ତି ପିଡିତା ଓ ପରିବାର ଲୋକେ। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଜରୁରୀ ହୋଇଛି।