ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ
ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ): ଆସିଲା ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ ତାଲିକା । ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଓ ୨ ଜଣ ଉପମୁଭୁବଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ୧୩ ଜଣ ମନ୍ତ୍ରୀ ଶପଥ ନେଇଥିଲେ । ୧୨ ତାରିଖରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆଜି ବିଭାଗ ବଣ୍ଟନ କରାଯାଇଛି ।
ରବି ନାୟକ – ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ
ସୁରେଶ ପୂଜାରୀ- ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ବିଭାଗ ।
ନିତ୍ୟାନନ୍ଦ ଗଣ୍ଡ- ବିଦ୍ୟାଳୟ ଓ ଗଣଶିକ୍ଷା, SC/ST ଉନ୍ନୟନ, ସଂଖ୍ୟାଲଘୁ ବିଭାଗ ।
କୃଷ୍ଣଚନ୍ଦ୍ର ପାତ୍ର- ଖାଦ୍ୟ ଯୋଗାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ।
ପୃଥ୍ୱୀରାଜ ହରିଚନ୍ଦନ- ଆଇନ୍, ପୂର୍ତ୍ତ, ଅବକାରୀ ବିଭାଗ ।
ମୁକେଶ ମହାଲିଙ୍ଗ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ବିଭାଗ ।
ବିଭୂତି ଭୂଷଣ ଜେନା- ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ ।
କୃଷ୍ଣଚନ୍ଦ୍ର ମହାପାତ୍ର- ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗ ।
ଗଣେଶରାମ ସିଂଖୁଣ୍ଟିଆ- ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ।
ସୂର୍ଯ୍ୟବଂଶୀ ସୂରଜ- ଉଚ୍ଚଶିକ୍ଷା, କ୍ରୀଡ଼ା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ।
ପ୍ରଦୀପ ବଳସାମନ୍ତ- ସମବାୟ, ହସ୍ତତନ୍ତ ବିଭାଗ ।ଗୋକୁଳାନନ୍ଦ ମଲ୍ଲିକ- ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, MSME ବିଭାଗ ।
ସମ୍ପଦ ଚନ୍ଦ୍ର ସ୍ୱାଇଁ- ଖଣି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ।
ଏମାନଙ୍କ ମଧ୍ୟରୁ ୭ ଜଣ ପ୍ରଥମ ଥର ବିଧାୟକଙ୍କୁ ମିଳିଛି ମନ୍ତ୍ରୀ ପଦ। କେଭିଙ୍କ ବ୍ୟତୀତ ବାକି ସମସ୍ତ ମନ୍ତ୍ରିମଣ୍ଡଳ ସଦସ୍ୟ ପ୍ରଥମ ଥର ମନ୍ତ୍ରୀପଦ ପାଇଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୩ଟି ଜିଲ୍ଲାକୁ ପ୍ରତିନିଧିତ୍ବ ମିଳିଛି। ବଲାଙ୍ଗିର, ଗଞ୍ଜାମ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ସେପଟେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ବିଧାୟିକା ସୁରମା ପାଢ଼ୀ ବିଧାନସଭା ବାଚସ୍ପତି ହେବେ ବୋଲି ସୂଚନା ମିଳିଛି ।