ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆସନ୍ତା ୨୮ ତାରିଖରେ ସମ୍ବଲପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ସମ୍ବଲପୁରରେ ପହଞ୍ଚିବା ପରେ ମା’ ସମଲେଇଙ୍କ ଦର୍ଶନ କରିବେ । ବିଏମ୍ କଲେଜ ଅଡିଟୋରିୟମ୍ରେ ସ୍ୱାଧୀନ ସଂଗ୍ରାମୀ କୁଞ୍ଜଲ ସାଏଙ୍କ ରକ୍ତପୀଠ ଉପରେ ଏକ ମାଗାଜିନ୍ ଉନ୍ମୋଚନ କରିବେ । କିଛି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଥିବାର ସୂଚନା ମିଳିଛି l