ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ୨୦ନମ୍ବର ଜାତୀୟ ରଜପଥ ବାଲିଜୋଡୀ ଗ୍ରାମର ନିକଟରେ ଟ୍ରକ ପଛରେ ଧକ୍କାଦେଲା ଟାଟା ଉଇଙ୍ଗର ଗାଡି । ଘଟଣା ସ୍ଥଳରେ ୮ମୃତ, ୧୧ଗୁରୁତର ହୋଇଛନ୍ତି । ତାରିଣୀ ଦର୍ଶନ ପାଇଁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ପୋଲିସ୍ ଘଟଣାସ୍ଥଳରେ ଦତନ୍ତ ଜାରି ରଖିଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳ ର ପୋଡାମାରି ଗ୍ରାମ ଏକ ପରିବାର ତାଙ୍କ ସମ୍ପର୍କ ୟଙ୍କ ସହିତ ମିଶି ତାରିଣୀ ଦର୍ଶନ ପାଇଁ ଆସୁଥିଲେ । ସକାଳ ୫ଟା ସମୟ ପାଖାପାଖି ବାଲିଜୋଡି ନିକଟରେ ଏକ ଟ୍ରକ୍ ବ୍ରେକ୍ ଡାଉନ୍ ହୋଇ ରାସ୍ତା ପାଶ୍ବରେ ଠିଆ ହୋଇଥିଲା । ଏହି ଟାଟା ଉଇଁଙ୍ଗର ଗାଡିଟି ଟ୍ରକର ପଛ ପଟେ ଧକ୍କା ଦେଇଥିଲ। । ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତର ଖାନାରେ ଏକ ଶିଶୁର ମୃତ୍ୟୁ ଘଟିଥିବା ଜଣ।ପଡିଛି । ଅନ୍ୟପକ୍ଷରେ ଆହାତ ୧୧ ଜଣ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଂଙ୍କଟାପର୍ଣ୍ଣ ରହିଥିବା ବେଳେ ସମସ୍ତ ଆହତ ଘଟଗାଁ ଗୋଷ୍ଟି ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି। ମୃତ ବ୍ୟକ୍ତି ଙ୍କ ମଧ୍ୟରୁ ୪ ପୁରୁଷ ୩ ମହିଳା ୧ ଶିଶୁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ତେବେ ଏନେଇ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବଡ଼ ସୂଚନା, ମୃତତଙ୍କ ପାଇଁ ଶୋକ ସନ୍ତପ୍ତ କରିବା ସହ ମୃତତଙ୍କ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ଏବଂ ଆହତ ଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ନିର୍ଦ୍ଦେଶ ଦେଇଛନ୍ତି l ତେବେ ସମସ୍ତ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର ବୋଲି ଜଣାପଡିଛି l