ଗଜପତି ( ବିପ୍ଲବୀ ପରିକ୍ରମା ):- ପୁଣି ଜନନୀ ଯନ୍ତ୍ରଣା l ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ l ସେପଟେ ପ୍ରସବ ଯନ୍ତ୍ରଣlରେ ଛଟପଟ ହେଉଥିଲେ ମହିଳା l ଶେଷରେ ଘରେ ପ୍ରସବ କଲେ ମହିଳା l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଡlବରlଗୁଡା ପଞ୍ଚାୟତ ମଣ୍ଡମା ଗାଁରେ l ସୂଚନା ଅନୁସାରେ ଗାଁର ସlରଜlନୀ ପାଟମାଝିଙ୍କ ପ୍ରସବ ଯନ୍ତ୍ରଣା ହେବା ଫଳରେ ପରିବାର ଲୋକେ 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ l ଆମ୍ବୁଲାନ୍ସ କର୍ମଚାରୀ ତୁରନ୍ତ ବାହାରିଥିଲେ ମlଣ୍ଡମା ଗାଁକୁ l ହେଲେ ରାସ୍ତା ନଥିବା ଯୋଗୁଁ ଗାଁ ଠାରୁ ୬ କିଲୋମିଟର ଦୂରରେ ଥିବା ଟୁଙ୍ଗୁରୁ ଗାଁରେ ରହିଯାଇଥିଲା ଆମ୍ବୁଲାନ୍ସ l ବାଧ୍ୟ ହୋଇ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ସୁମିତ ବାରିକ, ଡ୍ରାଇଭର ସରୋଜ ପଟନାୟକ ଓ ସହଯୋଗୀ କରୁଣା ଦଳବେହେରା ଚାଲି ଚାଲି ଗଲେ ମlଣ୍ଡମା ଗାଁକୁ l ହେଲେ ଆମ୍ବୁଲାନ୍ସ କର୍ମଚାରୀ ଗାଁରେ ପହଂଚିବା ବେଳେ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ସାରିଥିଲେ l ଉଭୟ ମା ଓ ନବଜାତ ଶିଶୁଙ୍କ ଚିକତ୍ସା ନିମନ୍ତେ ଆମ୍ବୁଲାନ୍ସ କର୍ମଚାରୀ ଉଭୟ ମା ଓ ଶିଶୁକୁ ଷ୍ଟ୍ରଚର ରେ ୬ କିମି ବୋହି ଆଣିଥିଲେ l ପରେ ଆମ୍ବୁଲାନ୍ସ ଯୋଗେ ନେଇ ଆର.ଉଦୟଗିରି ମେଡିକାଲ ରେ ଭର୍ତ୍ତି କରିଛନ୍ତି l ବର୍ତମାନ ମା ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡିଛି l