‘ସେବା’ ଅନୁଷ୍ଠାନ ତରଫରୁ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ସାରା ଭାରତ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୭. ୧୧. ୨୦୨୪ ତାରିଖରୁ ଆରମ୍ଭ ହୋଇଛି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ମହିଳା ସ୍ବେଚ୍ଛା ସେବୀ ଅନୁଷ୍ଠାନ ‘ସେବା’ ପକ୍ଷରୁ ମଧ୍ୟ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ପୂର୍ବରୁ ମଧ୍ୟ ବାଲ୍ୟ ବିବାହ,ଶିଶୁ ଯୌନ ନିର୍ଯ୍ୟାତନା,ଶିଶୁ ଚାଲାଣ ପ୍ରତିରୋଧ କରିବା ପାଇଁ ‘ସେବା’ ବିଭିନ୍ନ କାର୍ଯ୍ୟ କରିଆସୁଛି।

ରାଜ୍ୟ ଓ ଭାରତ ସରକାରଙ୍କ ତରଫରୁ ବାଲ୍ୟ ବିବାହ ରୋକିବା,ଶିକ୍ଷାର ବିକାଶ ଓ ଥଇଥାନ ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହାର ସୁଫଳ ମିଳିବା କଷ୍ଟକର ହୋଇପଡୁଛି। ସରକାରଙ୍କୁ ରାଜ୍ୟରେ ୨୦୩୦ ମସିହା ସୁଦ୍ଧା ସମ୍ପୂର୍ଣ ବାଲ୍ୟ ବିବାହ ରୋକିବାକୁ ଦାୟିତ୍ୱ ଦିଆଯାଇଛି। ସେହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ମହିଳା ସ୍ବେଛାସେବୀ ଅନୁଷ୍ଠାନ ସେବା ତରଫରୁ ମହୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁମାରପୁର ଗ୍ରାମରେ ଏକ ସଚେତନତା ସମାରୋହ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଅଳକା ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ଲେନାଚାନ୍ଦ ସନମାନୀୟ ଅତିଥି ଭାବେ ଯୋଗଦେଇଥିଲେ l

୧୮ ବର୍ଷରୁ କମ ବାଳିକା, ୨୧ ବର୍ଷରୁ କମ ବାଳକ ବିବାହ କରିବା ଅନୁଚିତ, ଏହା ଆଇନତଃ ଅପରାଧ ଏବଂ ଉଭୟଙ୍କ ଶାରୀରିକ ମାନସିକ ଅଭିବୃଦ୍ଧି ଘଟିବାରେ ନାନା ସମସ୍ୟା ଦେଖାଦେବା ସହ କିଭଳି ଏସବୁରୁ ଦୁରେଇ ରହି ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିପାରିବା, ସେ ଦିଗରେ ଆଲୋକପାତ କରିଥିଲେ ସମ୍ପାଦିକା ଅଳକା ସାହୁ,ଏଥି ସହିତ ବାଲ୍ୟ ବିବାହ ରୋକିବା ପାଇଁ ସେଠାରେ ଉପସ୍ଥିତ ଥିବା ସମସଙ୍କୁ ଶପଥ ପାଠ କରାଇଥିଲେ l

ତେବେ ଏହି କାର୍ଯ୍ୟକ୍ରମକୁ ସ୍ବେଛାସେବୀ କାହ୍ନୁଚରଣ ସାହୁ ଏବଂ ବଳରାମ ସ୍ୱାଇଁ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମସ୍ତ ସଦସ୍ୟା ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here