ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଜିଲ୍ଲା ପ୍ରଶାସନ ପକ୍ଷରୁ “ଫିଟନେସ କି ଡୋଜ୍ ଅଧା ଘଣ୍ଟା ରୋଜ୍ ” କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସକାଳୁ ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଶୋଗ୍ଳାନ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ ।
ଶରୀରକୁ ସୁସ୍ଥ ରଖିବା ପାଇଁଁ ସବୁ ପିଢ଼ି ପ୍ରତେକ ଦିନ ଅଧା ଘଣ୍ଟା ସମୟ ଦେବାର ଆବଶ୍ୟକ ରହିଛି। ଶାରିରୀକ ବାୟାମ ଦ୍ବାରା ଶରିରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ସତେଜ ରହିବା ସହ ମନୁଷ୍ୟକୁ ସୁସ୍ଥ ରହିବାରେ ସହାୟକ ହେବ l ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।