ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

0

ବ୍ରହ୍ମପୁରବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀ ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ବ୍ରହ୍ମପୁର ମ୍ୟୁନିସିପାଲିଟି କନଫେରନ୍ସ ହଲ ଠାରେ ଆଜି (ଶୁକ୍ରବାର) ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ଶ୍ରୀ ବାସୁଦେବ ପଣ୍ଡା (ଚେୟାରପରସନ, ପି.ଏଲ.ଏ ପି.ୟୁ.ଏସ, ବ୍ରହ୍ମପୁର ) , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁ, ଶ୍ରୀ ଆଶୀର୍ବାଦ ପରିଡା ( ଡେପୁଟି କମିଶନର, ବିଏମସି ), ଶ୍ରୀ ଟି.କେ ରେଡ୍ଡୀ (ମେମ୍ବର,ମନିଟରିଙ୍ଗ ଏବଂ ମେଣ୍ଟରିଙ୍ଗ, ଡି.ଏଲ.ଏସ.ଏ ଗଞ୍ଜାମ ), ଡ଼ଃ ମିନାକ୍ଷୀ ଦେବୀ ( ଡି.ଏଲ.ଏସ.ଏ ସଦସ୍ୟ ), ସବିତା ସାହୁକାର ( ଡି.ଏଲ.ଏସ.ଏ ସଦସ୍ୟ) ଉପସ୍ଥିତ ରହି ” ସାଧାରଣ ଜନତାଙ୍କ ସେବା ପାଇଁ ସ୍ଥାୟୀ ଲୋକ ଅଦାଲତ (PLA)ର କାର୍ଯ୍ୟକଳାପ ସାଧାରଣ ଜନତାଙ୍କ ନିକଟକୁ ଆଣିବା, PLA ଦ୍ୱାରା ନିଆଯାଇଥିବା ବିବାଦର ପ୍ରକୃତି ଏବଂ ଆଇନ ସେବା ପ୍ରାଧିକରଣ ଅଧିନିୟମ, 1987 ର ଅଧ୍ୟାୟ- VI(A) ଅଧୀନରେ ସ୍କିମର ଲାଭ ଏବଂ ବିକଳ୍ପ ବିବାଦର ସମାଧାନ ସହ ସଲିଡ଼ ୱେଷ୍ଟ ମେନେଜମେଣ୍ଟ ” ଆଦି ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ l

ତେବେ ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମ୍ୟୁନିସିପାଲିଟିର ସ୍ୱଚ୍ଛ ସାଥି, ସ୍ୱଚ୍ଛ ସୁପରଭାଇଜର ଏବଂ ବିଏମସି ର ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ରହିଥିଲେ l

 

.

LEAVE A REPLY

Please enter your comment!
Please enter your name here