ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଏକ ସଚେତନତା ଶିବିର ଅନୁଷ୍ଠିତ

0

ବ୍ରହ୍ମପୁର ବିପ୍ଲବୀ ପରିକ୍ରମା :– ମାନବ ଅଧିକାର ଦିବସ ଉପଲକ୍ଷେ,ଜିଲ୍ଲା ଓ ଦୌରା ଜର୍ଜ ଗଞ୍ଜାମ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ ନିର୍ଦେଶ କ୍ରମେ ରେଜିଷ୍ଟ୍ର ସିଭିଲ କୋର୍ଟ ତଥା ସେକ୍ରେଟାରୀ -ଇନଚାର୍ଜ -ଅଫ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ସୁଶାନ୍ତ କୁମାର ମିଶ୍ରଙ୍କ ପରିଚାଳନାରେ ଆଜି ବ୍ରହ୍ମପୁର ସ୍ଥିତ ନାଳନ୍ଦା ବିଦ୍ୟାମନ୍ଦିର,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପୋସ ଆକ୍ଟ ଏବଂ ମାନବ ଅଧିକାର ଦିବସ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ଶିବିର ରେ ରେଜିଷ୍ଟ୍ର ସିଭିଲ ଜର୍ଜ ତଥା ସେକ୍ରେଟାରୀ -ଇନଚାର୍ଜ -ଅଫ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଜେ.ଏମ.ଏଫ.ସି ଟ୍ରାନ୍ସଫୋର୍ଟ ବ୍ରହ୍ମପୁର ଶ୍ରୀମତି ଅନନ୍ୟା ଅପରମିତା , ଜେ.ଏମ.ଏଫ.ସି ବ୍ରହ୍ମପୁର ଭିଏନା ନାୟକ ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ତଥା ବରିଷ୍ଠ ଆଇନଜୀବି ଶ୍ରୀ ଟି.କେ ରେଡ୍ଡୀ, ଡି.ଏଲ.ଏସ.ଏ ସଦସ୍ୟା ତଥା ଆଇନଜୀବୀ ଡା. ମିନାକ୍ଷୀ ଦେଵୀ, କଲେଜ ଅଧ୍ୟକ୍ଷ ଶ୍ରୀ ଭଗବାନ ସହୁ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ମୁଖ କାର୍ଯ୍ୟାଳୟ ରିଟେଇନର ଶ୍ରୀ ସଂଗ୍ରାମ କୁମାର ପ୍ରଧାନ,ପେନେଲ ଓକିଲ ନିରଞ୍ଜନ ମହାପାତ୍ର ଏବଂ ଟି. ସୁଶାନ୍ତ , ବହୁ ପାରାଲିଗଲ ସ୍ବେଛାସେବୀ ଏବଂ ଉକ୍ତ କଲେଜର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ l

LEAVE A REPLY

Please enter your comment!
Please enter your name here