ଗଜପତି , ବିପ୍ଲବୀ ପରିକ୍ରମା : – ବାତ୍ୟା ମିଗଜାଉମ୍ ର ପ୍ରଭାବରେ ତିନି ଦିନଧରି ଲାଗି ରହିବ ବର୍ଷା, ଏଭଳି କିଛି ଆକଳନ କରିଛି ପାଣିପାଗ ବିଭାଗ , ସତର୍କତା ଜାରି କରିଛନ୍ତି ରିଲିଫ କମିଶନର, ସେଥିପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ହେବା ସହ ସମସ୍ତ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୃତ ରହିବାକୁ ନିର୍ଦ୍ଧେଶ ଜାରି କରିବା ପରେ ପ୍ରସ୍ତୁତି ଆରମ୍ଭ କରିଥିବା ଜରୁରି ବୈଠକ ଡାକି ସମସ୍ତ ବ୍ଳକରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବରେ ନିଯୁକ୍ତି ଦିଆଯାଇଛି, ବର୍ଷା ଓ ବର୍ଷା ପରବର୍ତ୍ତୀ ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବର୍ଷା ପୂର୍ବରୁ ପାଚିଲା ଫସଲକୁ ଅମଳ କରି ସୁରକ୍ଷିତ ରଖିବା ସହ ନିଜେ ସୁରକ୍ଷିତ ରହିବାକୁ ଅନୁରୋଧ କରିଛନ୍ତି। ତଳିଆ ଅଞ୍ଚଳରେ ପାଣି ଜମିବା ହେଉ ଅବା ପାହାଡିଆ ଅଞ୍ଚଳରେ ପାହାଡ ଧସିବା ସମ୍ଭାବନା ଅଞ୍ଚଳରେ ଓଡ୍ରାଫ୍ ଟିମକୁ ନିୟୋଜିତ କରାଯିବ ବୋଲି ସୁଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ବର୍ଷା ଅଭାବରୁ ଧାନ ଓ ଅର୍ଥକାରୀ ଫସଲ ନଷ୍ଟ ହୋଇଯାଇଥିବା ବେଳେ ଯାହା କିଛି ବର୍ତ୍ତିଥିଲା ତାହା ଅମଳ ପୁର୍ବରୁ ବର୍ଷାର ଭୟ ଦେଖାଦେଲାଣି, ଯଦି ବର୍ଷା ହୁଏ ନିଶ୍ଚୟ କ୍ଷତିଗ୍ରସ୍ତ ହେବେ ଚାଷୀ , ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରଶାସନ ପଦକ୍ଷେପ ନେଉ ବୋଲି କହିଛନ୍ତି ଚାଷୀ । ବିଭାଗର ଆକଳନ ଏବଂ ସରକାରଙ୍କ ସତର୍କ ସୁଚନା ପରେ ବାତ୍ୟା ର ପ୍ରଭାବରେ ଜିଲ୍ଲାରେ ବର୍ଷାର ପ୍ରକୋପ କେତେ ରହୁଛି ଆଉ କେତେ ପ୍ରଭାବିତ ହେଉଛି ଜିଲ୍ଲା ପରବର୍ତ୍ତୀ ସମୟରେ ସ୍ବଷ୍ଟ କରିବ l