ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ବକର୍ମା ଯୋଜନାରେ ବିଭିନ୍ନ କୌଳିକ ବ୍ରୁତ୍ତିଧାରୀ ଲୋକଙ୍କୁ ସାମିଲ କରିବାକୁ କଟକରେ ଏକ ସଚେତନତାମୂଳକ କର୍ମଶାଳା ଆୟୋଜିତ ହୋଇଯାଇଛି। କଟକ ଯୋବ୍ରା ସ୍ଥିତ ମ୍ୟାରିଟାଇମ୍ ମ୍ୟୁଜିୟମରେ ଆୟୋଜିତ କର୍ମଶାଳାରେ ବାରିକ, ବଢେଇ, କୁମ୍ଭକାର ସହ ବିଭିନ୍ନ କୌଳିକ ବ୍ରୁତ୍ତିଧାରୀ ଲୋକଙ୍କୁ କର୍ମଶାଳାରେ ବିଶ୍ବକର୍ମା ଯୋଜନା ସମ୍ପର୍କରେ ଅବଗତ କରାଯାଇଛି। ଏହା ସହ ବ୍ୟାଙ୍କ ଋୁଣ ଓ ଯୋଜନାରେ ଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ କୁହାଯାଇଛି। ଏହି କର୍ମଶାଳାରେ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସହ ବହୁ ହିତାଧିକାରୀ ସାମିଲ ହୋଇଥିଲେ।