ଓଡ଼ିଆ ଝିଅ ହେଲେ ଦେଶର ପ୍ରଥମ ଏ.ଡି.ସି

0

 

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଓଡ଼ିଆ ଝିଅ ମନୀଷା ପାଢ଼ୀ ହୋଇଛନ୍ତି ଦେଶର ପ୍ରଥମ ମହିଳା ଏ.ଡି.ସି । ବାୟୁସେନା ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ମନୀଷାଙ୍କୁ ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ଏ.ଡି.ସି (Aide-De-Camp) ଭାବେ ନିଯୁକ୍ତି ଦେଇଛନ୍ତି । ସ୍କ୍ୱାର୍ଡନ ଲିଡର ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ବାୟୁସେନା ଅଧିକାରୀ । ସେ ଏହି ପଦବୀରେ ନିଯୁକ୍ତ ହୋଇଥିବା ଦେଶର ପ୍ରଥମ ମହିଳା । ଏହି ନିଯୁକ୍ତି ଏକ ମାଇଲ ଖୁଣ୍ଟ ଓ ମହିଳା ସଶକ୍ତୀକରଣ ଉପରେ ବଡ଼ ଉପଲବ୍ଧି ବୋଲି କହିଛନ୍ତି ରାଜ୍ୟପାଳ ।ସ୍କ୍ୱାର୍ଡନ ଲିଡର ମନୀଷା ପାଢୀ ଏହା ପୂର୍ବରୁ ବିଦାର, ପୁନେ ଓ ଭଟିଣ୍ଡା ଭଳି ଗୁରୁତ୍ୱପୂର୍ଣ୍ଣ ଏୟାରଫୋର୍ସ ଷ୍ଟେସନରେ ନିଯୁକ୍ତ ଥିଲେ । ଗତକାଲି ମନୀଷା ନିଜ ପଦବୀରେ ଯୋଗଦେଇଛନ୍ତି । କାର୍ଯ୍ୟରେ ଯୋଗଦେବା ପରେ ମିଜୋରାମ ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ପରିଚୟ କରାଯାଇଥିଲା ।ସ୍କ୍ୱାର୍ଡନ ଲିଡର ମନୀଷା ପାଢୀଙ୍କ ଘର ବ୍ରହ୍ମପୁରରେ । ତେବେ ତାଙ୍କ ପରିବାର ଭୁବନେଶ୍ୱରରେ ରୁହନ୍ତି । ଏହି ଖବର ପ୍ରଚାରିତ ହେବା ପରେ ମନିଷାଙ୍କ ପରିବାର ଓ ସମଗ୍ର ବ୍ରହ୍ମପୁରରେ ଖୁସିର ଲହରୀ ଖେଳି ଯାଇଛି। ଝିଅର ଏହି ସଫଳତାରେ ମା’ ବେଶ୍‌ ଖୁସି ଥିବା କହିଛନ୍ତି , ଝିଅ ୨୦୧୫ ମସିହାରେ ଏୟାର ଫୋର୍ସରେ ଜଏନ କରିଥିଲା। ନୂଆ ଦାୟିତ୍ୱ ପାଇ ଝିଅ ବହୁତ ଖୁସି ଥିବା ମଧ୍ୟ ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here