କବିସୂର୍ଯ୍ୟନଗର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ଏସ. ଲକ୍ଷ୍ମୀ ସେଠୀଙ୍କ ମନମୁଖୀ କାର୍ଯ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ ଦୁବ୍ୟବହାର କରୁଥିବା ଯୋଗୁଁ ଅନାସ୍ନା ପ୍ରସ୍ତାବ ଗ୍ରହଣ ନିମନ୍ତେ ୧୫ ଜଣ କାଉନସିଲରମାନେ ଜ଼ିଲ୍ଲାପାଳଙ୍କୁ ଭେଟିଛନ୍ତି । ଏମାନଙ୍କ କହିବା ଅନୁଯାୟୀ ପ୍ରତି ମାସରେ ଅଧ୍ୟକ୍ଷା ସାଧାରଣ ବୈଠକ ନାହାଁନ୍ତି, କାଉନସିଲ୍ ବୈଠକରେ ଗୃହୀତ ପ୍ରସ୍ତାବର ନକଲ ବୈଠକର ତିନି ଦିନ ମଧ୍ୟରେ କାଉନସିଲରଙ୍କୁ ନଦେବା, ସେ କୌଣସି କମିଟି ଗଠନ କରିନଥିବା, ୨୦୨୩-୨୦୨୪ ଓ ୨୦୨୪-୨୦୨୫ ଏହି ଦୁଇ ବର୍ଷର ବଜେଟ ମଞ୍ଜୁରୀ ନ କରି ପରିଷଦର ଅର୍ଥ କାରବାର କରିଚାଲିଥିବା,ଟେଣ୍ଡର ନ କରି ଏକ ସଂସ୍କାକୁ କ୍ରମାଗତ ଭାବେ ତିନି ବର୍ଷ ପର୍ଯ୍ୟନ୍ତ ସହର ପରିମଳ କାର୍ଯ୍ୟ କରିବା ପାଇଁ ବେଆଇନ ଆଦେଶ ଦେଇ ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ହରିଲୁଟ୍ କରି ଚାଲିଛନ୍ତି, ସହରର ଉନ୍ନୟନ କାର୍ଯ୍ୟ କାଉନସିଲ୍ ବୈଠକରେ ମଞ୍ଜୁର ନ କରି ଅଧ୍ୟକ୍ଷା ତାଙ୍କ ମନ ଇଚ୍ଛାରେ ନିଜ ସମ୍ପର୍କୀୟ ମାନଙ୍କ ସହ ଜଡ଼ିତ ରହି ନିମ୍ନମାନର କାର୍ଯ୍ୟ କରି ଅର୍ଥ ହରିଲୁଟ୍ କରି ଚାଲିଥିବା ଅଭିଯୋଗ କରାଯାଇଛି । ବିନା ଟେଣ୍ଡରରେ ପୋଖରୀ କାର୍ଯ୍ୟ କରାଇବା, ପରିଷଦର ଆୟ ବ୍ୟୟ ତାଲିକା ପ୍ରତିମାସରେ କାଉନସିଲ୍ ବୈଠକରେ ମଞ୍ଜୁରୀ ନ କରିଵା ନେଇ ଅଭିଯୋଗ କରାଯାଇଛି ଏଣୁ ବାଧ୍ୟ ହୋଇ ଆମ୍ଭେ ପରିଷଦର ନିର୍ବାଚିତ ୱାର୍ଡ଼ ସଦସ୍ୟ ଓ ସଦସ୍ୟା ମାନେ ଗୋଟିଏ ବୈଠକ କରି ଉପରୋକ୍ତ ଅଭିଯୋଗ ଗୁଡ଼ିକ ବିଷୟରେ ଆଲୋଚନ କରି ଓଡ଼ିଶା ମ୍ୟୁନିସିପାଲ ଆଇନ ଧାରା ୫୪ ପ୍ରକାରେ ପରିଷଦର ଅଧ୍ୟକ୍ଷାଙ୍କୁ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କବିସୂର୍ଯ୍ୟନଗର ବିଜ୍ଞାପିତ ଅଂଚଳ ପରିଷଦରୁ ବାହାର କରିବା ପାଇଁ ସେମାନେ ସମସ୍ତେ ଲିଖିତ ଭାବେ ଜ଼ିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି ।