And an iron pole can pull an accident

0

ପୁଣି ଏକ ଦୁର୍ଘଟଣା କୁ ଟାଣି ନେଇ ପାରେ ଲୁହା ପୋଲ

 

ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ର ବଣ୍ଡା ଘାଟି ଯୋଉ ଘାଟି ସମୂଦ୍ର ପତନ ଠାରୁ ୫ହଜାର ଫୁଟ୍ ଉପରେ କୁହାଯାଏ । ଏହି ବଣ୍ଡା ଘାଟିରେ ୩୦ରୁ ଉର୍ଦ୍ଧ ଗାଁ ର ଲୋକ ବସବାସ କରି ରହିଥିବା ବେଳେ ଗମନା ଗମନ ପାଇଁ ସବୁ ଗାଁ କୁ ସଡକପଥ ରେ ସଂଯୋଗ କରା ଯାଉଚି। ଖଇରପୁଟ ରୁ ବଣ୍ଡାଘଟି ର ମୁଦୁଲିପଡ଼ା ୧୩ କିଲୋ ମିଟର ରାସ୍ତା ହୋଇଥିବା ବେଳେ ଏହି ରାସ୍ତା ଦେଇ ପ୍ରତିଦିନ ସହସହ ଗାଡ଼ି ଯାତାୟତ କରିଥାନ୍ତି। ପାଶିଞ୍ଜର ବସ୍ ସହ ,ଭାରି ଯାନର ଚଳାଚଳ ମଧ୍ୟ ରହିଛି ।ମୁଡ଼ିଲିପଡ଼ା ଯିବା ରାସ୍ତା ରେ ଦୁଇଟି ବଡ଼ ନାଳ ରେ ଦୁଇଟି ଲୁହା ପୋଲ ନିର୍ମାଣ କରାଯାଇଛି।କିନ୍ତୁ ଦୁର୍ଭାଗ୍ୟ ର କଥା ଆଜ କୁ ୫ବର୍ଷ ବିତିଯାଇଛି। ହେଲେଏହା ଉପରେ କାହାର ନଜର ପଡୁନାହିଁ । ପ୍ରତିଦିନ ସରକାରୀ ବାବୁଙ୍କ ପାଦ ମଧ୍ୟ ଏହି ବଣ୍ଡାଘାଟି ରେ ପଡ଼ୁଚି ଦୁର୍ଭାଗ୍ୟ କଥା କାହାର ବି ନଜର ଏହି ପୋଲ ଉପରେ ପଡୁନାହିଁ।

ଏହି ପୋଲ ର ଗୋଟିଏ ପାର୍ଷ ରେ ଲାଗିଥିବା ଲୁହାର ନୋଟବୋଲ୍ଟ ସବୁ ଖସି ପଡ଼ିଲାଣି ତ କୋଉଠି ହୁଗୁଳୀ ଯାଇ ଫାଙ୍କ ସୃଷ୍ଟି କଲାଣି,ତେଣୁ ଏହା କେତେ ବେଳେ ମରଣ ଜନ୍ତା ପାଲଟିବ ତାହା କହି ହେବନାହିଁ। ଏଣୁ ଏଠାରେ ପ୍ରଶାସନ କୁ ଅନୁରୋଧ ଏହି ଦୁଇ ପୋଲର ମରାମତି ତୁରନ୍ତ କରା ଗଲେ ଆଗାମୀ ଦିନରେ ଦୁର୍ଘଟଣା ରୁ ବର୍ତ୍ତି ଯାଇପାରିବା ଓ ତା ସହିତ ଲୋକ ମାନଙ୍କ ଗମନା ଗମନ ପାଇଁ ସୁବିଧା ହେବ l

LEAVE A REPLY

Please enter your comment!
Please enter your name here