ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦୀର୍ଘ ୨୫ ବର୍ଷର ବିଜେଡି ସରକାରର ବିକାଶର ବିକଳ ଚିତ୍ର ପଦାକୁ ବାରମ୍ବାର ଆସୁଛି । ଏଠି ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଛନ୍ତି ନିରୀହ ଆଦିବାସୀ । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଶିଆଳିଲଟି ପଞ୍ଚାୟତ ତଇଲ ଗ୍ରାମର ଯୁରିଆ ନାୟକଙ୍କ ପତ୍ନୀ ସୁକାନ୍ତି ନାୟକଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦୋଳା କରି ବୋହି ନେଉଛନ୍ତି ସଂପର୍କୀୟ ଲୋକେ । 5ଜି ଦୁନିଆରେ ମଧ୍ୟ ଲୋକେ ଏଭଳି ସମସ୍ୟା ଦେଇ ପ୍ରତିଦିନ ଗତିକରୁଛନ୍ତି , ସରକାର ରାଜ୍ୟ ତଥା ଦେଶ ବିକଶିତ ହେବାର ଡିଣ୍ଡିମ ପିଟୁଛନ୍ତି ….ତେବେ କ’ଣ ସତରେ ଆମ ଦେଶ ତଥା ରାଜ୍ୟ ବିକଶିତ ହେଉଛି,!ଲୋକେ କ’ଣ ମୌଳିକ ସୁବିଧାରୁ ବଞ୍ଚିତ ହେଉନାହାନ୍ତି କି…. ତେବେ ଦେଖାଯାଉ କେବେ ଏ ଅଭିଶପ୍ତ ଜୀବନରୁ ମୁକ୍ତି ପାଉଛନ୍ତି ଏ ନିରୀହ ଆଦିବାସୀ ଜନତା….ତା’କୁ ହିଁ ରହିଛି ସମସ୍ତଙ୍କ ଅପେକ୍ଷା