କନ୍ଧମାଳ ( ବିପ୍ଲବୀ ପରିକ୍ରମା ):- ପୁଣି ମାତିଲେ ମାଓବାଦୀ । ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା, ଦମ୍ପତିଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସନ୍ଦେହେ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଗିଡ଼ାପଦର ଗାଁରେ ମାଓବାଦୀଙ୍କ ଏହି ବର୍ବରତା ଦେଖିବାକୁ ମିଳିଛି । ମୃତ ଦମ୍ପତି ହେଉଛନ୍ତି ଡାହିରା କହଁର ଓ ବତସୀ କହଁର।ରାତି ପ୍ରାୟ ୯ଟା ବେଳେ କିଛି ମାଓବାଦୀ ଦମ୍ପତିଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲେ ।
ଆଜି ସକାଳେ ଦମ୍ପତିଙ୍କ ମୃତଦେହ ତାଙ୍କ ଗାଁ ନିକଟ ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଛି । ପୁଲିସ ଇନଫର୍ମର ସନ୍ଦେହରେ ବାଡେଇ ବାଡେଇ ହତ୍ୟା କରିଥିବା ସନ୍ଦେହ । ପୂର୍ବରୁ ଗୁଣି ଗାରେଡି ସନ୍ଦେହେହରେ ଗ୍ରାମବାସୀ ଦମ୍ପତିଙ୍କୁ ମାଡ଼ମାରିଥିବା ସୂଚନା , ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ । ଦମ୍ପତ୍ତିକୁ କିଏ ହତ୍ୟା କରିଛି ଗ୍ରାମବାସୀ ନା ମାଓବାଦୀ ତାହା ଅସ୍ୱଷ୍ଟ, ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।