ପୁଣି ଜନନୀ ଯନ୍ତ୍ରଣା,୫ କି.ମି ଭାର ରେ ବୁହାହେଲେ ଗର୍ଭବତୀ 

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲାରେ ସୁଧୁରିବା ନା ଧରୁନି ଜନନୀ ଯନ୍ତ୍ରଣା, ରାସ୍ତା ନଥିବାରୁ ଅଧା ରାସ୍ତାରେ ପ୍ରସବ କରୁଛନ୍ତି ଗର୍ଭବତୀ, ପ୍ରଶାସନ ଫେଲ ମାରୁଛି ମିଥ୍ୟା ପ୍ରତିଶୃତି ଦେଇ ଦେଇ, ଦିବା ସ୍ବପ୍ନ ଭଳି କେବଳ ପ୍ରତିଶୃତି ଏମାନଙ୍କ ପାଇଁ ପାଣିର ଗାର ସଦୃଶ… ଏମିତି ଏକ ଘଟଣା ଦେଖିବାକୁ ମିଳିଛି,ମୋହନା ବ୍ଲକର ଗାବେଲ ର ଆଭ୍ରମ ମାଝୀ ଙ୍କ ସ୍ତ୍ରୀ ଙ୍କ ପେଟ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଆଶା ଦିଦି ମେରୀ ମାଝୀ ଙ୍କୁ ଜଣାଇଥିଲେ l ମେରୀ ପହଞ୍ଚି ଆମ୍ବୁଲାନ୍ସ କୁ ଫୋନ କରିଥିଲେ, ରାସ୍ତା ନଥିବାରୁ ଆମ୍ବୁଲେନ୍ସ ପହଞ୍ଚି ପାରିନଥିଲା ଗାଁ ରେ, ଗ୍ରାମବାସୀ ଦୋଳା ରେ କାଠ ସାହାଯ୍ୟ ରେ ଦୀର୍ଘ ୫ କି.ମି ବୋହି ଆଣିଥିଲେ ଜାତୀୟ ରାଜପଥ 326କୁ l ପରେ ବିରିକୋଟ ମେଡିକାଲ ରେ ପହଁଚି ଚିକିତ୍ସା ପରେ ଲଳିତା ମାଝୀ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି,ମା ଓ ଶିଶୁ ସୁରକ୍ଷିତ ଥିବା ଡାକ୍ତର ସୂଚନା ଦେଇଛନ୍ତି l ତେବେ କେବେ ସରିବ ଗାବେଲ ଗ୍ରାମର ଦୁଃଖ ? କେବେ ରାସ୍ତା ସମସ୍ୟାରୁ ତ୍ରାହି ପାଇବେ ଉକ୍ତ ଗ୍ରାମବାସୀ ? ରୋଗୀ ଙ୍କ ଦୁଆର ସମ୍ମୁଖରେ କେବେ ପହଂଚିବ ଆମ୍ବୁଲାନ୍ସ ? କେବେ ଯନ୍ତ୍ରଣାରୁ ରକ୍ଷା ପାଇବେ ରୋଗୀ ? ପ୍ରଶାସନ ଙ୍କ ନିଦ୍ରା ଏ ଅଞ୍ଚଳ ପାଇଁ କେବେ ଭାଙ୍ଗୁଛି ଓ କେବେ ଏମାନଙ୍କ ଦୁଃଖ ଦୂର କରି ସ୍ଥାୟୀ ସମାଧାନ କରୁଛନ୍ତି ତାକୁ ରହିଲା, ସମସ୍ତଙ୍କ ଅପେକ୍ଷା..

LEAVE A REPLY

Please enter your comment!
Please enter your name here