ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶିଶୁଙ୍କୁ ଘରୁ ଆଣିବା ଓ ଛାଡିବା ଦାଇତ୍ୱ ହେଉଛି ଅଙ୍ଗନବାଡି ଦିଦି ଏବଂ ସହାୟିକାଙ୍କର l କିନ୍ତୁ ତାହା ନ କରି ଶିଶୁଙ୍କୁ ମନ ଇଚ୍ଛା କେନ୍ଦ୍ରରୁ ଛାଡିଦେଇଥିବାରୁ ଶିଶୁ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇଥିବା ଜଣାପଡିଛି l ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ବ୍ଲକ ନିକଟରେ ଥିବା ମାଣିକେଶ୍ବରୀ ସାହି ଅଙ୍ଗନବାଡି କେନ୍ଦ୍ରକୁ ଶୁକ୍ରବାର ଦିନ ମଧ୍ୟାହ୍ନ ୧୨ଟା ରେ ପିଲା ମାନେ ଖାଇବା ପରେ ଅଙ୍ଗନବାଡି ଦିଦି ଶିଶୁ ମାନଙ୍କୁ ଛାଡି ଦେଇଥିଲେ, ଯାହା ଦ୍ୱାରା ୩ବର୍ଷ ର ଶିଶୁ କନ୍ୟା ଘରକୁ ଚାଲି ଯିବା ବେଳେ ଅଜଣା ବାଇକ ଧକ୍କା ଦେଇଥିଲା,ସ୍ଥାନୀୟ ଅଗ୍ନିଶମ ବିଭାଗ ଦେଖି ରକ୍ତାକ୍ତ ଶିଶୁ କନ୍ୟାକୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତୀ କରିଛନ୍ତି,ଶିଶୁ କନ୍ୟାଟି କଥା କହିପାରୁନି କି ତାକୁ ଶୁଣା ଯାଉନଥିବା ଡାକ୍ତର ସୂଚନା ଦେଇଛନ୍ତି l
ସାମାନ୍ୟ ଅଙ୍ଗନବାଡି ଦିଦିଙ୍କ ଭୁଲ ପାଇଁ ଶିଶୁଟି ଏଭଳି ଦୁର୍ଘଟଣା ର ଶିକାର ହେଲା ବୋଲି ଅଭିଭାବକ ଅଭିଯୋଗ କରିବା ସହ ଥାନାରେ ଅଭିଯୋଗ କରିଛନ୍ତି ଏବଂ ଥାନା ଅଧିକାରୀ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି l