ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ସହ ଶିକ୍ଷା ଦାନ ପାଇଁ ସରକାର ପ୍ରତି ଗାଁରେ ସ୍ଥାପନ କରିଛନ୍ତି ଅଙ୍ଗନବାଡି କେନ୍ଦ୍ର l ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ ଅଙ୍ଗନବାଡି କର୍ମୀ ଓ ସହାୟିକା ନିଯୁକ୍ତି ପାଇଛନ୍ତି l ଏଥିସହ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର l ହେଲେ ନିଯୁକ୍ତି ପାଇଥିବା ଅଙ୍ଗନବାଡି କର୍ମୀଙ୍କ ଅବହେଳା ଯୋଗୁଁ ସରକାରଙ୍କ ଏହି ମହତ ଯୋଜନାର ସୁଫଳ ଅନେକ ସ୍ଥାନରେ ଲୋକେ ପାଇବାରୁ ବଞ୍ଚିତ ହେଉଛନ୍ତି l
ଏଭକି ଅଭିଯୋଗ ହୋଇଛି ଗଜପତି ଜିଲ୍ଲା ମୋହନା ବ୍ଲକ ରାଇପଙ୍କl ପଞ୍ଚାୟତ ଗୁଡ୍ରିପଙ୍କl ଗାଁରେ l ଗାଁରେ ବହୁ ବର୍ଷ ହେଲା ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଛି l ଏହି କେନ୍ଦ୍ରରେ ଜଣେ ଅଙ୍ଗନବାଡି କର୍ମୀ ଓ ସହାୟିକା ନିଯୁକ୍ତି ପାଇଛନ୍ତି l ହେଲେ ନିଯୁକ୍ତି ପାଇଥିବା ଅଙ୍ଗନବାଡି କର୍ମୀ ସୁଷମା ପରିଛା ମାସ ମାସ ଧରି କେନ୍ଦ୍ରକୁ ଆସୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି l ଅଙ୍ଗନବାଡି କର୍ମୀ ଗାଁ ଠାରୁ ପ୍ରାୟ 40 କିଲୋମିଟର ମୋହନା ରେ ରହୁଛନ୍ତି l କେବଳ ସହାୟିକା ପିଲାଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଦେଉଛନ୍ତି l ତେବେ ଅଙ୍ଗନବାଡି କର୍ମୀ ଆସୁନଥିବା ଯୋଗୁଁ ପିଲା ମାନେ ଶିକ୍ଷlରୁ ବଞ୍ଚିତ ହେଉଛନ୍ତି l ହିତାଧିକାରୀ ଙ୍କ ପାଇଁ ଆସୁଥିବା ଛତୁଆ ମଧ୍ୟ ନିୟମିତ ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି l ଅଙ୍ଗନବାଡି କେନ୍ଦ୍ର କୋଠା ନିର୍ମାଣ ପାଇଁ ଅନୁଦାନ ଆସିଥିଲେ ମଧ୍ୟ ତାହା ପ୍ରାୟ ୧୦ ବର୍ଷ ହେଲା ଅଧାପନ୍ତରିଆ ଭାବେ ପଡି ରହିଛି l ତେଣୁ ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଏକ ଶ୍ରେଣୀ ଗୃହ ରେ ଅଙ୍ଗନବାଡି କେନ୍ଦ୍ର ଚଳାଇବା ପାଇଁ ଅନୁମତି ଦେଇଛନ୍ତି ପ୍ରଧାନ ଶିକ୍ଷକ l ତଥାପି ଅଙ୍ଗନବାଡି କର୍ମୀ ଆସୁନାହାନ୍ତି l
ତେଣୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ l ଅଙ୍ଗନବାଡି କର୍ମୀ ସୁଷମା ପରିଛା ଙ୍କୁ ପଚାରିବାରେ ଗାଁରେ ନେଟୱାର୍କ ନଥିବା ଯୋଗୁଁ ଅନଲାଇନ କାମ ପାଇଁ ବାହାରେ ରହୁଥିବା କହିଛନ୍ତି l ଏନେଇ ମୋହନା ସିଡିପିଓ ସବିତା ପଟନାୟକ ଙ୍କୁ ପଚାରିବାରେ ଏହି ଅଭିଯୋଗ ପୂର୍ବରୁ ମଧ୍ୟ ଆସିଛି l ତୁରନ୍ତ ଏହାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l