ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ତିନି ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୦, ୨୦୨୧ ଏବଂ ୨୦୨୨ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ୨୦୨୦ ପାଇଁ ‘ସହୀଦ ରଘୁ ଦିବାକର, ୨୦୨୧ ପାଇଁ ଯୁଗ୍ମ ଭାବେ ‘ପ୍ରତୀକ୍ଷା’ ଓ ‘ଡାଲଚିନି’ , ୨୦୨୨ ପାଇଁ ‘ଦମନ’ ଶ୍ରେଷ୍ଠ ଚଳଚ୍ଚିତ୍ର । ସେହିପରି ୨୦୨୦ ପାଇଁ ଦେବାଶିଷ ଓ ଅମ୍ଳାନ ଯୁଗ୍ମ ଭାବେ ଶ୍ରେଷ୍ଠ ମୁଖ୍ୟ ଅଭିନେତା, ୨୦୨୧ ପାଇଁ ଅଙ୍କିତ ଓ ଦ୍ବୀପନ୍ବିତ ଯୁଗ୍ମ ଭାବେ ଶ୍ରେଷ୍ଠ ମୁଖ୍ୟ ଅଭିନେତା ଭାବେ ବିବେଚିତ ହୋଇଛନ୍ତି । ୨୦୨୨ରେ ବାବୁସାନ ମହାନ୍ତି ଶ୍ରେଷ୍ଠ ନାୟକ ଓ ଜୀବନ ବ୍ୟାପୀ ସାଧନା ପାଇଁ ୩ ଜଣଙ୍କୁ ମୋହନସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯିବ ।୨୦୨୨ ଦମନ ଫିଲ୍ମ ପାଇଁ ବାବୁସାନ ମହାନ୍ତି ଶ୍ରେଷ୍ଠ ନାୟକ ବିବେଚିତ ହୋଇଛନ୍ତି । ପୁରସ୍କାର ରାଶି ଭାବେ ୫ ଲକ୍ଷ ଟଙ୍କା, ମାନପତ୍ର, ଟ୍ରଫି ଓ ଉପଢୌକନ ପ୍ରଦାନ କରାଯିବ । ଶେଷ ଥର ୨୦୨୨ରେ ରାଜ୍ୟର ଏହି ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିଲା । ପୁରସ୍କାର ରାଶି ଭାବେ ୨ ଲକ୍ଷ ଟଙ୍କା ମିଳିଥିଲା, ଯାହା ଏବେ ୫ ଲକ୍ଷକୁ ବୃଦ୍ଧି ପାଇଛି । ପ୍ରତି ବର୍ଷ ରାଜ୍ୟ ସଂସ୍କୃତି ଓ ସାହିତ୍ୟ ବିଭାଗ ତରଫରୁ ଏହି ପୁରସ୍କାର ଘୋଷଣା କରାଯାଏ ।