ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ”

0

ବାରିପଦା ( ବିପ୍ଲବୀ ପରିକ୍ରମା ):- ବାରିପଦା ସ୍ଥିତ ସହିଦ ସ୍ମୃତି ଭବନ ଠାରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ର ମୁଖ୍ୟ ଉଦ୍ଦେଶ୍ୟ ମୁଣ୍ଡାରୀ ଭାଷାର ସାମାଜିକ ଏବଂ ସାମ୍ବିଧାନିକ ସ୍ବୀକୃତି ହାସଲ କରିବା ଓ ମୁଣ୍ଡାରୀ ଭାଷାର ସୁରକ୍ଷା।

ତେବେ ସମ୍ମିଳନୀରେ ଗୋଟେ ବର୍ଷ ଭିତରେ ଏହି ସମନ୍ୱୟ ସମିତି କୋଉ କୋଉ କାର୍ଯ୍ୟ କରିଛି ଏବଂ ଆଗକୁ କୋଉ ସବୁ କାର୍ଯ୍ୟ ହାତକୁ ନେବ ତାହାରି ଉପରେ ବିସ୍ତୃତ ଆଲୋଚନା କରାଯିବ ବୋଲି କହିଥିଲେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟି ର ଆବାହକ ବିର୍ବଲ ସିଂ।ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୧୨ ଗୋଟି ମୁଣ୍ଡା ସଂଗଠନର ମୁଖ୍ୟ ମାନଙ୍କ ସହିତ କର୍ମକର୍ତ୍ତା,ଏମଏଲସିସି ର କର୍ମକର୍ତ୍ତା ଏବଂ ସାଧାରଣ ଜନତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here