ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ର ଆଉ ଏକ ବାଟାଲିଅନ ଗଠନ କରାଯିବ । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି । ଏହି ନୂତନ ବାଟାଲିଅନ ପାଇଁ ସମୁଦାୟ ୧୦୪୦ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏହାକୁ ଗୁରୁତ୍ୱାରୋପ କରି ପଦକ୍ଷେପ ମଧ୍ୟ ନେଉଛନ୍ତି । ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଆଗାମୀ ଦିନରେ ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକର ସୁରକ୍ଷା ଜରୁରୀ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ନୂଆ ପଦକ୍ଷେପ ମାନ ନେଉଛନ୍ତି । ରାଜ୍ୟରେ ଆଉ ଏକ ନୂଆ ବାଟାଲିଅନ ଗଠନକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । ନୂଆ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଉ ଏକ ବାଟାଲିଅନ ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଏହି ନୂତନ ବାଟାଲିଅନ ପାଇଁ ସମୁଦାୟ ୧୦୪୦ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ରାଜ୍ୟରେ OISF ର ଗୋଟିଏ ବାଟାଲିଅନ କାର୍ଯ୍ୟରତ ଅଛି । ଏହାର ସମୁଦାୟ ପଦବୀ ସଂଖ୍ୟା ୧୮୦୭ । ନୂଆ ବାଟାଲିଅନ ସୃଷ୍ଟି ହେବା ପରେ ଏଥିରେ ସମୁଦାୟ ୨ଟି ବାଟାଲିଅନ କାର୍ଯ୍ୟ କରିବ । ୨ଟି ବାଟାଲିଅନର ପଦବୀ ସଂଖ୍ୟା ୨୮୪୭ ହେବ । ଜିଲ୍ଲାସ୍ତରୀୟରେ ୧୯୩୦ ପଦବୀ ସୃଷ୍ଟି ହୋଇଛି । ସେଥିରେ ଡିଏସପି ୫ଟି, ଇନ୍ସପେକ୍ଟର ୪୧ ଟି, ସବଇନ୍ସପେକ୍ଟର ୮୩ ଟି, ଏଏସଆଇ ୮୩ ଟି, ହାବିଲଦାର ୩୧୦ ଓ କନଷ୍ଟେବଲ ପାଇଁ ୧୪୦୮ଟି ପଦବୀ ସୃଷ୍ଟି ହୋଇଛି । ସମୁଦାୟ ୧୯୩୦ ଟି ପଦବୀ ସୃଷ୍ଟି ହୋଇଛି ।