ପରକଲା ଜନ୍ମ ଦାତା ମା , ଆପଣେଇଲା ପ୍ରଶାସନ

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲାରାୟଗଡ଼ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ପଂଚାୟତ ଅଧିନସ୍ଥ ତିତିଲି ଗ୍ରାମରେ ଏକ ପରିବାରରେ ପିତାଙ୍କ ମୃତ୍ଯୁ ପରେ ମା ୬ ଗୋଟି ପିଲାଙ୍କୁ ଛାଡି ଦେଇ ଅନ୍ୟତ୍ର ବିବାହ କରିବାରୁ ଶିଶୁମାନେ ବେ ସାହାରା ହୋଇଯାଇଥିଲେ । କିନ୍ତୁ ଗତ ୨୦ ଦିନ ତଳେ ସ୍ଥାନିୟ ସରପଞ୍ଚ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ତା ପରଦିନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ହେଲ୍ପଲାଇନର ସଦସ୍ୟ ଶିଶୁଙ୍କୁ ଉଦ୍ଧାରକରିବାକୁ ଶିଶୁଙ୍କ ଗ୍ରାମରେ ପହଞ୍ଚି ଥିଲେ । କିନ୍ତୁ ସେହିଦିନ ଗ୍ରାମବାସୀ ଓ ଶିଶୁମାନଙ୍କର ସମ୍ପର୍କୀୟ ମାନେ ଜିଲ୍ଲା ପ୍ରଶାସନ ଙ୍କୁ ସହଯୋଗ କରିନଥିଲେ ମାତ୍ର ଶିଶୁମାନେ ଅବହେଳିତ ହୋଇ ରହୁଥିବାର ଦୃଶ୍ୟ ପ୍ରଶାସନ ନଜରକୁ ଅ।ସିଥିଲା । ଏହାର ଠିକ ପରଦିନ ୱାର୍ଡ ମେମ୍ବ ରଙ୍କ ନେତୃତରେ ଗ୍ରାମବାସୀ ଆସି ଜିଲ୍ଲା ଶିଶୁ ସୁରକ୍ଷ। ୟୁନିଟରେ ପହଞ୍ଚି ଆଗାମୀ ୩ ଦିନ ମଧ୍ୟରେ ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରିବା ପାଇଁ ଜଣାଇଥିଲେ । କିନ୍ତୁ ୩ ଦିନ ବିତିଯାଇଥିଲେ ମଧ୍ୟ ଶିଶୁ ମାନକୁ ଗ୍ରାମବାସୀମାନେ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର ନକରିବାରୁ ପ୍ରସାଶନ ପୁଣିଥରେ ଗ୍ରାମରେ ପହଞ୍ଚି ଜାଣିବାକୁ ପାଇଲେଯେ,ଶିଶୁ ମାନଙ୍କୁ ମା ଦ୍ବିତୀୟ ବିବାହ କରିଥିବା ସ୍ବାମୀ ନିକଟକୁ ନେଇଯାଇଛି । କିଛି ଦିନପରେ ୫ ଜଣ ଶିଶୁ ମଧ୍ୟରୁ ଜଣେ ଶିଶୁକନ୍ୟା ସରକାରଙ୍କ ଆଦିବାସୀ ଆଶ୍ରମ ଆବାସିକ ବିଦ୍ୟାଳୟରେ ରହି ପାଠ ପଢୁଥିଲାବେଳେ ଅନ୍ୟ ୫ ଜଣଶିଶୁ ଯାହାଙ୍କର ବୟସ ୧୦ ବର୍ଷରୁ କମ ଅଟେ ସେହି ଶିଶୁଙ୍କ ମଧ୍ୟରୁ ୩ ଟି ପୁଅ ଓ ୨ ଟି ଝିଅ ଅତି ଦୟନୀୟ ଅବସ୍ଥାରେ ପାଠ ନପଢି ଗାଁରେ ଓଳିଏ ଖାଇଲେ ଅନ୍ୟ ଓଳା ଉପବ।ସରେ କାଳତି ପାତ କରୁଥିଲେ । ଏହି ପଞ୍ଚାୟତରସହୃଦୟ ବ୍ୟକ୍ତି ପଞ୍ଚ।ୟତ ସରପଞ୍ଚ ପିଲାଙ୍କ ଏତାଦୃଶ ଅବସ୍ଥା ବିଷୟରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ପ୍ରଶାସନ ନିକଟରେ ଖବର ମିଳିବ। ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସମମନ୍ଵିତ ଶିଶୁ ବିକାଶ ଯୋଜନାର କ୍ଷେତ୍ର ପରିଚାଳିକା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସାମାଜିକ କର୍ମୀଶ୍ରୀ ନରେଶ ନାୟକ ଉକ୍ତ ଗ୍ରାମକୁ ଯାଇ ଶିଶୁମାନକ ନିକଟରେ ପହଞ୍ଚି ଥିଲେ । ପିଲାଙ୍କ ବିଷୟରେ ଅନୁସନ୍ଧାନ କରିବା ପରେଜାଣିବାକୁ ପାଇଲେ ଯେ ଶିଶୁମାନେ ପାଠ ନ ପଢି ବହୁତ ଅସୁବିଧାରେ ରହୁଛନ୍ତି । ପିଲାଙ୍କ ବିଷୟରେ ବୁଝିବା ପରେ ଗାଁ ଲୋକଙ୍କ ସହଶିଶୁ ଙ୍କ ବିଷୟରେ ଆଲୋଚନା କରି ଗ୍ରାମବାସୀଙ୍କ ସହଯୋଗରେ ଓ ଶିଶୁ ମାନଙ୍କ ଜଣେ ଅଭିଭାବକଙ୍କ ଆଗ୍ରହ କ୍ରମେ ଶିଶୁମାନଙ୍କୁ ଉଦ୍ଧାରକରି ସେମାନଙ୍କର ପ୍ରାଥମିକ ଚିକିସ।କରିବାପରେ ଚାଇଲ୍ଡ ହେଲ୍ପ ଲାଇନ ଦ୍ବାରା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଛି , ଶିଶୁ ମଙ୍ଗଳ ସମିତି ଙ୍କ ସୁପାରିଶ କ୍ରମେ ଶିଶୁମାନଙ୍କୁ ସରକାରଙ୍କ ଦ୍ବାରା ପରିଚାଳିତ ପାରଳାଖେମୁଣ୍ଡିଠାରେ ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମରେ ଥଇଥାନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଠପଢା , ଖାଇବା ,ରହିବା ବ୍ୟବସ୍ଥା କରାଯାଇଛି |

LEAVE A REPLY

Please enter your comment!
Please enter your name here