Another diphtheria patient at Berhampur MKCG

0

 ବ୍ରହ୍ମପୁର ଏମକେସିଜି ରେ ପୁଣି ଡିଫଥେରିଆ ରୋଗୀ

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳ ଳମ୍ବୁ ୱାଡିକିଙ୍କ ଆଠ ବର୍ଷର ଶିଶୁ ପୁଅ ରଞ୍ଜନ ବ୍ରହ୍ମପୁର ବଡ଼ ମେଡିକାଲ ଶିଶୁ ବିଭାଗରେ ଭର୍ତ୍ତି ହୋଇଛନ୍ତି l ଗତକାଲି କୋରାପୁଟ ମେଡିକାଲରୁ ସ୍ଥାନାନ୍ତରିତ ହୋଇ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି l ବିଭାଗୀୟ ଡାକ୍ତର ଟିମ ଚିକିତ୍ସା କରୁଥିବା ବେଳେ ଅବସ୍ଥା ଗୁରୁତର ଥିବା ବିଭାଗୀୟ ମୁଖ୍ୟ ଡାକ୍ତର କହିଛନ୍ତି l

ଶିଶୁର ରକ୍ତ ନମୁନା ସଂଗ୍ରହ କରି ଭୁବନେଶ୍ୱର ଆର.ଏମ.ଆର.ସି କୁ ପଠା ଯାଇଛି l ଶିଶୁର ଗଳା ଫୁଲିଥିବା ବେଳେ ହୃଦସ୍ପନ୍ଦନ ଅଧିକ ରହିଛି l ଶିଶୁକୁ ଆଣ୍ଟି ଡେପଥେରିଆ ଇଂଜେକ୍ସନ ଦିଆ ଯାଇଛି l ଗତ ମାସରେ ରାୟଗଡା ଓ କୋରାପୁଟ ଜିଲ୍ଲାରୁ ପ୍ରଯ୍ୟାୟ କ୍ରମେ ୭ଜଣ ରୋଗୀ ଏମକେ ସିଜି କୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା, ଅନ୍ୟ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ l ଏବେ ପୁଣି ଆଉ ଜଣେ ଡ଼ିପଥେରିଆ ରୋଗୀ ଆସିବାକୁ ନେଇ ଚିନ୍ତା ବଢ଼ାଇ ଦେଇଛି l

LEAVE A REPLY

Please enter your comment!
Please enter your name here