ବଡବିଲରେ ପୁଣି ହିଟ୍ ଆଣ୍ଡ ରନ୍ କେସ୍

0

ବଡ଼ବିଲ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରେଳ ସାଇଡିଂ ୱେ ବ୍ରିଜ ନିକଟରେ ଗତ ରାତିରେ ଏକ ବୋଲେରୋ ଧକ୍କାରେ ସ୍କୁଟିରେ ବଡବିଲ ଅଭିମୁଖେ ଆସୁଥିବା ଶଙ୍ଖଝର ଗ୍ରାମର ଅର୍ଜୁନ ଲାଗୁରୀ ଓ ତାଙ୍କ ଶ୍ରୀ ଚମନ୍ ଲାଗୁରୀ ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଏକ ସ୍କର୍ପିଓ ଯୋଗେ ବଡବିଲ ମେଡିକାଲ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅର୍ଜୁନଙ୍କ ମୃତ୍ୟୁ ଘଟିଥିବା ବେଳେ ଚମନ୍ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣା ପଡିଛି।

ଅନ୍ୟ ପକ୍ଷରେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ବୋଲେରୋ ଫେରାର ହୋଇଥିବା ବେଳେ ପୋଲିସ ଏହି ଦୁର୍ଘଟଣା ଘଟାଇଥିବା OD09V9297 ନମ୍ବର ବିଶିଷ୍ଟ ବୋଲେରୋକୁ ଜବତ୍ କରିଛି। ଆଜି ବଡବିଲ ମେଡିକାଲରେ ମୃତ ଅର୍ଜୁନଙ୍କ ଶବ ବ୍ୟବଚ୍ଛେଦ କରା ଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here